ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ଭିତରେ ଚାଲିବ ସ୍ପେଶାଲ ଟ୍ରେନ। ରାଜ୍ୟ ଭିତରେ ୫ଟି ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ଘୋଷଣା ହୋଇଛି। ଜୁନ୍‌ ୮ ତାରିଖରୁ ଏହି ଟ୍ରେନ ଚଳାଚଳ କରିବ। ଏନେଇ ପୂର୍ବତଟ ରେଲଓ୍ଵେ ପକ୍ଷରୁ ଘୋଷଣା କରାଯାଇଛି।

ଭୁବନେଶ୍ଵର-ବଲାଙ୍ଗିର-ଭୁବନେଶ୍ଵର, ଭୁବନେଶ୍ଵର-ଭଦ୍ରକ-ଭୁବନେଶ୍ଵର, ଭୁବନେଶ୍ଵର-ବ୍ରହ୍ମପୁର-ଭୁବନେଶ୍ଵର, ସମ୍ଵଲପୁର-ଖୋର୍ଦ୍ଧା ରୋଡ୍‌-ସମ୍ଵଲପୁର, ଭୁବନେଶ୍ଵର-କୋରାପୁଟ-ଭୁବନେଶ୍ଵର ସ୍ପେଶାଲ ଟ୍ରେନ ଚଳାଚଳ କରିବ।

ଜୁନ୍‌ ୮ ତାରିଖରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଏହି ସ୍ପେଶାଲ ଟ୍ରେନ ଚଳାଚଳ କରିବ। ସଟ୍‌ଡାଉନ୍‌ ଯୋଗୁଁ ପ୍ରତି ଶନିବାର ଓ ରବିବାର ସ୍ପେଶାଲ ଟ୍ରେନ ବନ୍ଦ ରହିବ। ଏହି ଟ୍ରେନ ପାଇଁ ଟିକେଟ ରିଜର୍ଭେସନ କାଉଣ୍ଟର ଓ ଆଇଆରସିଟିସିରୁ ମିଳିବ।

Comment