ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ନାନଯାତ୍ରା ନୀତିରେ ଗଜପତି ମହାରାଜାଙ୍କ ଅନୁପସ୍ଥିତି ପ୍ରସଙ୍ଗ। ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ସରକାରଙ୍କ କୋଭିଡ୍‌ ଗାଇଡଲାଇନ ମାନି ମୁଁ ଶ୍ରୀ ନଅରରେ ରହିଥିଲି ବୋଲି କହିଛନ୍ତି ଦିବ୍ୟସିଂହ ଦେବ।

ଗଜପତି ମହାରାଜା ଆହୁରି ମଧ୍ୟ କହିଛନ୍ତି ଯେ ୨ଟି କାରଣ ପାଇଁ ମୁଁ ଆଜି ଶ୍ରୀ ନଅରରେ ରହିଥିଲି। ପ୍ରଥମ ହେଉଛି ଧର୍ମୀୟ କାର୍ଯ୍ୟ ଓ ଏକ ସମୟରେ ୭ରୁ ଅଧିକ ଏକତ୍ରକୁ ବାରଣ। ଦ୍ଵିତୀୟଟି ହେଉଛି ୬୫ ବର୍ଷରୁ ଅଧିକ ବୟସ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି।

ଆଜିକୁ ମିଶାଇ ଦ୍ଵିତୀୟ ଥର ପାଇଁ ସ୍ନାନ ଯାତ୍ରା ସେବା କରି ପାରିନାହାନ୍ତି ଗଜପତି ମହାରାଜା। ୧୯୭୬ ମସିହାରେ ପ୍ରଥମ ଥର ପାଇଁ ସ୍ନାନ ସେବା କରି ପାରିନଥିଲେ।

ଆଜି ସ୍ନାନଯାତ୍ରାକୁ ଆସି ନଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେଥିପାଇଁ ସ୍ନାନଯାତ୍ରାରେ ମୁଦିରସ୍ତ ଛେରପହଁରା କରିଛନ୍ତି। ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଛେରାପହଁରା କରିଥିଲେ। ମଇଲମ, ମେକାପ ସର୍ବାଙ୍ଗ ଓ ନୂଆଲୁଗା ବେଶ ପରେ ଛେରାପହଁରା ସେବା ହୋଇଛି।

Comment