ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ଷୋଡ଼ଶ ଉପଚାର ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଜଳଲାଗି ନୀତି ଆରମ୍ଭ ହୋଇଛି। ୧୦୮ ଗରା ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ପରମ୍ପରା ଆରମ୍ଭ ହୋଇଛି।

ଶୀତଳା ମନ୍ଦିର ନିକଟ ସୁନା କୂଅରୁ ଜଳ ଆସିଛି। ସୁନା ଗୋସେଇଁ ଅଧିବାସ ଗୃହକୁ ୧୦୮ କୁମ୍ଭ ଜଳ ଆଣିଛନ୍ତି। ବଡ଼ ଠାକୁର ବଳଭଦ୍ରଙ୍କର ୩୩, ମହାପ୍ରଭୁ ଜଗନ୍ନାଥଙ୍କର ୩୫, ଦେବୀ ସୁଭଦ୍ରାଙ୍କର ୨୨ ଓ ସୁଦର୍ଶନଙ୍କ ପାଇଁ ୧୮ କୁମ୍ଭ ଜଳରେ ସ୍ନାନ ନୀତି ଆରମ୍ଭ ହୋଇଛି।

ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅବକାଶ ନୀତି ଓ ବେଶ ଶେଷ ହୋଇଛି। ଏହାପରେ ସୂର୍ଯ୍ୟ ଓ ଦ୍ଵାରପାଳ ପୂଜା ମଧ୍ୟ ସମ୍ପର୍ଣ୍ଣ ହୋଇଛି। ବର୍ତ୍ତମାନ ଜଳଲାଗି ନୀତି ଆରମ୍ଭ ହୋଇଛି।

Comment