ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଟ୍‌ଡାଉନ୍‌ ବେଳେ କଟକ-ଭୁବନେଶ୍ୱର ବାହାରକୁ ଯାଉଛନ୍ତି କି? ଯଦି ହଁ, ତାହାଲେ କମିସନରେଟ୍‌ ପୋଲିସଠାରୁ ଅନୁମତି ଆଣିବାକୁ ଭୁଲନ୍ତୁ ନାହିଁ। ପୋଲିସ ହେଲ୍ପ ଲାଇନ ନମ୍ବର ୧୦୦କୁ କଲ୍‌ କରି ଗାଡ଼ି ପାସ୍‌ ସଂଗ୍ରହ କରନ୍ତୁ। ପାସ୍‌ ନେଇ ଟୁଇନସିଟି ବାହାରକୁ ଯାଆନ୍ତୁ।

ଜୁନ୍‌ ମାସ ସାରା ପ୍ରତି ଶନିବାର ଏବଂ ରବିବାର ସଟ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଜରୁରୀ ସେବାକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିବ। ଘରୋଇ ଗାଡ଼ି ଚଳାଚଳ ଉପରେ ବି କଟକଣା ରହିଛି। ଏଥିପାଇଁ କମିସନରେଟ୍‌ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ସେହିପରି ଷ୍ଟେସନ, ବସ୍‌ ଷ୍ଟାଣ୍ଡ, ଏୟାରପୋର୍ଟ ଯାଉଥିବା ଗାଡ଼ିକୁ ପୋଲିସ ପାସ୍‌ ନେବାକୁ ପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ମେଡିକାଲ, ନର୍ସିଂହୋମ କର୍ମଚାରୀ, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ, ଟେଲିକମ୍‌, ମିଡିଆ, ପେଟ୍ରୋଲ ପମ୍ପ୍‌ କର୍ମଚାରୀ ମଧ୍ୟ ପରିଚୟପତ୍ର ଦେଖାଇ ଯାଇପାରିବେ। ହୋମ୍‌ ଡେଲିଭରି, ପାନୀୟ ଜଳ, ପରିମଳ ଓ ବିଦ୍ୟୁତ କର୍ମଚାରୀ ମଧ୍ୟ ପରିଚୟପତ୍ର ଦେଖାଇ ଯାଇପାରିବେ। କଳାକାରଖାନା, ହୋଟେଲ କର୍ମଚାରୀ ମଧ୍ୟ ଆଇଡି କାର୍ଡ ଦେଖାଇ ଯାଇପାରିବେ।

Comment