ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ନାନ ମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି। ଧାଡ଼ି ପହଣ୍ଡିରେ ଆସି ବିଜେ ହେଲେ ବଳଭଦ୍ର ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଓ ସୁଦର୍ଶନ। ରତ୍ନ ମଣ୍ଡପରୁ ଓହ୍ଲାଇ ସ୍ନାନ ମଣ୍ଡପକୁ ଆସିଛନ୍ତି ମହାପ୍ରଭୁ। ଏହାସହ ବିନା ଭକ୍ତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଛି।

ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅବକାଶ ନୀତି ଓ ବେଶ ଶେଷ ହୋଇଛି। ଏହାପରେ ସୂର୍ଯ୍ୟ ଓ ଦ୍ଵାରପାଳ ପୂଜା ମଧ୍ୟ ସମ୍ପର୍ଣ୍ଣ ହୋଇଛି। ବର୍ତ୍ତମାନ ଜଳଲାଗି ନୀତି ଆରମ୍ଭ ହୋଇଛି।

ଶୀତଳା ମନ୍ଦିର ନିକଟ ସୁନା କୂଅରୁ ଜଳ ଆସିଛି। ସୁନା ଗୋସେଇଁ ଅଧିବାସ ଗୃହକୁ ୧୦୮ କୁମ୍ଭ ଜଳ ଆଣିଛନ୍ତି। ବଡ଼ ଠାକୁର ବଳଭଦ୍ରଙ୍କର ୩୩, ମହାପ୍ରଭୁ ଜଗନ୍ନାଥଙ୍କର ୩୫, ଦେବୀ ସୁଭଦ୍ରାଙ୍କର ୨୨ ଓ ସୁଦର୍ଶନଙ୍କ ପାଇଁ ୧୮ କୁମ୍ଭ ଜଳରେ ସ୍ନାନ ନୀତି ଆରମ୍ଭ ହୋଇଛି।

ଚଳିତ ବର୍ଷ କରୋନା କଟକଣା ପାଇଁ ବିନା ଭକ୍ତ ଓ ସୀମିତ ସେବାୟତରେ ସ୍ନାନଯାତ୍ରା ହେଉଛି। ଏହାସହ ବଡ଼ଦାଣ୍ଡରେ ସୁରକ୍ଷା ପାଇଁ ୧୪୪ ଧାରା ଲାଗୁ କରାଯାଇଛି।

Comment