ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ୩ ବିଭାଗ ସିଲ୍‌ ହୋଇଛି। ଫିଲୋସଫି, ଇଂଲିସ୍‌ ଏବଂ ଇକୋନମିକ୍ସ ବିଭାଗ ସିଲ୍‌ କରାଯାଇଛି। ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି। ଏହାସହ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ସାନିଟାଇଜ୍‌ କରାଯାଇଛି।

କରୋନା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଳକ୍‌ଡାଉନ୍‌ ୪.୦ ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ପିଲା ଆସିବେନି ଅଳ୍ପ କର୍ମଚାରୀ ଆସି କାମ କରିବେ। ସାମାଜିକ ଦୂରତା ରକ୍ଷା କରି କାମ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। ହେଲେ ଆଜି ଜଣେ କର୍ମଚାରୀ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ଭୟ ଦେଖାଦେଇଛି।

Comment