ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ପାଇଁ ଜୁନ୍ ମାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ସୁବ୍ରତ ବାଗଚୀ।

  • କରୋନା ସଂକ୍ରମଣ ଦୃଷ୍ଟିରୁ ଓଡ଼ିଶା ପାଇଁ ଜୁନ୍ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ
  • ସଚେତନ ରହିଲେ ହାରିବ କରୋନା, ଜିତିବ ଓଡ଼ିଶା
  • ଜୁନ୍ ମାସରେ ଲୋକେ ୪୯୨ ଘଣ୍ଟା ଲକଡାଉନ୍ ଓ ସଟଡାଉନରେ ରହିବେ
  • କୋଭିଡ୍ ନିୟମ ପାଳନ କରିଥିବାରୁ ଗଜପତି ମହାରାଜାଙ୍କୁ ପ୍ରଶଂସା

“ଓଡ଼ିଶାରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ଓଡ଼ିଶାକୁ ମୌସୁମୀ ମଧ୍ୟ ଆସିବାର ଅଛି। ଏହି ସମୟରେ ଲୋକମାନଙ୍କୁ ଥଣ୍ଡା, କାଶ ହେବା ସାଧାରଣ କଥା।  ଅନ୍ୟପଟେ ଏହାରି ମଧ୍ୟରେ ୫ ଲକ୍ଷ ପ୍ରବାସୀ ଭାଇ ଭଉଣୀମାନେ ମଧ୍ୟ ଓଡ଼ିଶା ଫେରିଛନ୍ତି। ତେଣୁ କରୋନା ସଂକ୍ରମଣ ଦୃଷ୍ଟିରୁ ଜୁନ୍ ମାସଟି ଓଡ଼ିଶାବାସୀଙ୍କ ପାଇଁ ଗୁରୁତ୍ୱ ବହନ କରୁଛି।”, ଶନିବାର ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।କରୋନାକୁ ସଂକ୍ରମଣକୁ ନେଇ ଶନିବାର ସୁବ୍ରତ ବାଗଚୀ ପୁଣିଥରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏଥିରେ ସେ କହିଥିଲେ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ସଫଳ ଭାବେ କରୋନାର ମୁକାବିଲା କରିଛି। ହେଲେ ଜୁନ୍ ମାସରେ ଆମେ ଯଦି ଆହୁରି ସଚେତନ ନହେବା ତେବେ କରୋନା ସଂକ୍ରମଣର ବିସ୍ପୋରଣ ଘଟିବ। ଏହି ସଂକ୍ରମଣ ରୋକିବାକୁ ହେଲେ ରାଜ୍ୟର ପ୍ରତିଟି ପରିବାରର ପ୍ରତିଟି ସଦସ୍ୟ ସଚେତନ ହେବା ନିହାତି ଦରକାର ବୋଲି ସେ କହିଛନ୍ତି।corona testଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରାଜିଲର ଉଦାହରଣ ଦେଇ ସୁବ୍ରତ ବାଗଚୀ କହିଥିଲେ ଯେ, ଏହି ଦୁଇ ଦେଶରେ ତିନି ମାସ ପରେ ହିଁ କରୋନା ସଂକ୍ରମଣର ବିସ୍ପୋରଣ ଘଟିଥିଲା। ଆମେରିକାରେ କରୋନା ସଂକ୍ରମଣ ୨ ମାସ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୧୩ ହଜାର ରହିଥିଲା। ହେଲେ ଏହାର ମାତ୍ର ୧୫ ଦିନ ପରେ ଏହି ସଂଖ୍ୟା ୨୦ ଗୁଣା ବୃଦ୍ଧି ପାଇ ୨ ଲକ୍ଷ ୮୩ ହଜାର ଟପିଯାଇଥିଲା। ବର୍ତ୍ତମାନ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ଟପିଥିବା ନେଇ ବାଗଚୀ ସୂଚନା ଦେଇଛନ୍ତି। ତେଣୁ ଓଡ଼ିଶା ଗତ ତିନି ମାସ ଧରି କରୋନାକୁ ସଫଳ ମୁକାବିଲା କରିଛି। ଯଦି ଜୁନ୍ ମାସକୁ ଆମେ ସଫଳତାର ସହ ମୁକାବିଲା କରିପାରିବା ତେବେ କରୋନା ହାରିବ ବୋଲି ସେ କହିଛନ୍ତି।ଜୁନ୍ ମାସରେ ୪୯୨ ଘଣ୍ଟା ଲକଡାଉନ୍

ଏହି ସମୟରେ ସୁବ୍ରତ ବାଗଚି ଜୁନ୍ ମାସରେ ହେବାକୁ ଥିବା ୪୯୨ ଘଣ୍ଟାର ଲକଡାଉନ୍ ଓ ସଟଡାଉନ ସମ୍ବନ୍ଧରେ ସୂଚନା ଦେଇଥିଲେ। ଜୁନ୍ ମାସର ତିରିଶ ଦିନରେ ମୋଟ ୭୨୦ ଘଣ୍ଟା ରହିଛି। ଏହା ମଧ୍ୟରୁ ପ୍ରତିଦିନ ରାତି ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ କର୍ଫ୍ୟୁ ରହିଛି। ଏହାଦ୍ୱାରା ଜୁନ୍ ମାସରେ ଲୋକମାନେ ୩୦୦ ଘଣ୍ଟା ରାତ୍ରି କର୍ଫ୍ୟୁରେ ରହିବେ। ସେହିପରି ଶନିବାର ଓ ରବିବାରର କର୍ଫ୍ୟୁକୁ ମିଶାଇ ଲୋକମାନେ ଜୁନ୍ ମାସରେ ମୋଟ ୪୯୨ ଘଣ୍ଟା ଲକଡାଉନ୍ ଓ ସଟଡାଉନରେ ରହିବେ ବୋଲି ସୁବ୍ରତ ବାଗଚି କହିଛନ୍ତି।

ହାରିବ କରୋନା ଜିତିବ ଓଡ଼ିଶା

ଯଦି ଓଡ଼ିଶାର ପ୍ରତିଟି ପରିବାରର ପ୍ରତିଟି ସଦସ୍ୟ ନିଜକୁ ସଚେତନ କରିବା ସହ କରୋନାକୁ ଦୂରରେ ରଖିବାକୁ ଚେଷ୍ଟା କରିବ ତେବେ କରୋନା ନିଶ୍ଚିତ ହାରିବ ବୋଲି ବାଗଚୀ କହିଛନ୍ତି। ଏଥିପାଇଁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଓ ରାତ୍ରି କର୍ଫ୍ୟୁର ନିୟମ ମାନିବାକୁ ପଡ଼ିବ। ତା ସହିତ ରାଜ୍ୟ ସରକାରଙ୍କ ପ୍ରତିଟି ନିୟମକୁ ପାଳନ କରିବାକୁ ପଡ଼ିବ ବୋଲି ବାଗଚୀ କହିଛନ୍ତି।

ଗଜପତି ମହାରାଜଙ୍କୁ ପ୍ରଶଂସା

ଏହି ଅବସରରେ ସୁବ୍ରତ ବାଗଚୀ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପ୍ରଶଂସା କରିଥିଲେ। ଗତକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା ହୋଇଥିଲେ ମଧ୍ୟ କୋଭିଡ୍ ଗାଇଡଲାଇନ୍ ପାଳନ କରି ଗଜପତି ମହାରାଜା ସେଠାକୁ ଯାଇନଥିଲେ। ତାଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଗତକାଲି ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଗଜପତି ମହାରାଜାଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇଥିବା ହେତୁ ସେ ସ୍ନାନଯାତ୍ରାକୁ ଯାଇନଥିଲେ ବୋଲି ସେ କହିଥିଲେ।

LEAVE A REPLY

Please enter your comment!
Please enter your name here