ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୁଣ୍ଡ ଘା’ ଏଭଳି ସମସ୍ୟା ଊଣା ଅଧିକେ ସଭିଏଁ ଭୋଗିଥାନ୍ତି। ଗାଲ ଭିତର ଓଠ ଓ ଜିଭ ସିଝିଗଲା ପରି ଲାଗେ, ଖାଇଲେ କି ପାଣି ପିଇଲେ ବି କଷ୍ଟ ହୁଏ। ଗୁଜୁରାତି ଖାଇଲେ ଏଥିରୁ ମୁକ୍ତି ମିଳେ।

ପାଟି ପୋଡ଼ିବା, ଖାଦ୍ୟ ଖାଇବା କି ପାଣି ପିଇବାରେ କଷ୍ଟ ହେଲେ ଆମେ ତାହାକୁ ପେଟ ଗରମ, ଖାଦ୍ୟ ଖାଇବାରେ ଅନିୟମିତତା କହି ଏଡ଼ାଇ ଯାଇପାରନ୍ତି କିନ୍ତୁ ଏହାର ଉପଶମ ଆମ ହାତ ପାଆନ୍ତାରେ ଅଛି।  ଗୁଜୁରାତି ହିଁ ଏଥିରୁ ମୁକ୍ତି ଦେଇଥାଏ।

ଆସନ୍ତୁ ଜାଣିବା ଗୁଜୁରାତିର ଉପକାରୀ ଗୁଣ..

  • ଗୁଜୁରାତି ଚୋବାଇଲେ ଏହା ପାଚନ କ୍ରିୟାକୁ ସୁସ୍ଥ ରଖିବା ସହ ଗଳା ଦରଜ ବି ଦୂର କରିଥାଏ।
  • ଗୁଜୁରାତିକୁ ରାତିସାରା ଭିଜାଇ ସକାଳୁ ଚୋବାଇ ତାହାକୁ ପାକୁଳିଲେ ଆରାମ ଲାଗିଥାଏ।
  • ଏହାଛଡ଼ା ଗୁଜୁରାତି ମଞ୍ଜିକୁ ବାଟି ପାଉଡର୍ ପ୍ରସ୍ତୁତ କରି ଏହି କ୍ଷତରେ ଲଗାଇଲେ ମଧ୍ୟ ଉପକାର ମିଳିଥାଏ। ଲାଳ ବାହାରି ମୁଖ ଦୁର୍ଗନ୍ଧକୁ ମଧ୍ୟ ଏହା ଦୂର କରିଥାଏ।

LEAVE A REPLY

Please enter your comment!
Please enter your name here