ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ସମସ୍ତଙ୍କ ଘରେ ଘରେ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ। ଏନେଇ ରାଜ୍ୟ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ପାନୀୟ ଜଳ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ଆଜି ମନ୍ତ୍ରୀ ସମୀକ୍ଷାଳ ବୈଠକ କରିଥିଲେ। କେଉଁ ପ୍ରକଳ୍ପ କାମ କେତେ ବାଟ ଆଗେଇଛି ତାର ସମୀକ୍ଷା କରିଥିଲେ। ଏହାସହ ଅଧାରେ ଅଟକି ରହିଥିବା ପ୍ରକଳ୍ପ କେମିତି କାର୍ଯ୍ୟକ୍ଷମ ହେବ ସେନେଇ ମଧ୍ୟ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

‘‘ରାଜ୍ୟରେ ୬୦୦ଟି ମେଗା ପାନୀୟ ଜଳ ପ୍ରକଳ୍ପ ଏବଂ ୬ ହଜାର ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲୁ ରହିଛି। ହେଲେ କରୋନା ମହାମାରୀ ପାଇଁ ଅଢ଼େଇ ମାସ ହେଲା ଏହି ପ୍ରକଳ୍ପ କାମ ଅଧାରେ ଅଟକି ରହିଥିଲା। ଏହି କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ଯେଉଁଠି ପିଇବା ପାଣିର ସୁବିଧା ନାହିଁ ସେଠି ନୂଆ ପ୍ରକଳ୍ପ କରାଯିବ। ଏଥିପାଇଁ ୧୦ ହଜାର କୋଟି ଟଙ୍କା ବ୍ୟବୟରାଦ କରିବାକୁ ଲକ୍ଷ୍ୟ ରହିଛି’’, କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

Comment