ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦଶପଲ୍ଲା ମଧ୍ୟଖଣ୍ଡ ଗାଁର ଜଣେ ଯୁବତୀ କରୋନା ଆକ୍ରାନ୍ତ
  • କ୍ୱାରେଣ୍ଟାଇନ ସେଣ୍ଟର ବାହାରେ ଥିବାରୁ ଭୟ ବଢ଼ିଲା
  • ଗାଁର ତିନି ସାହିକୁ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କଲେ ଜିଲ୍ଲାପାଳ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଛି। ମାତ୍ର ମାସକ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁବା ଜିଲ୍ଲାରେ ସତର୍କଘଣ୍ଟି ବଜାଇଛି।

ମେ’ ୯ ତାରିଖରେ ନୟାଗଡ଼ ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଲା। ବାହାର ରାଜ୍ୟରୁ ଲୋକମାନେ ଆସିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। କ୍ୱାରେଣ୍ଟାଇନ ସେଣ୍ଟର ଭିତରୁ ୯୩ ଜଣ ଚିହ୍ନଟ ହୋଇଥିବା ବେଳେ ବହାରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ଜଣେ ଡାକ୍ତର ଏବଂ ଦୁଇ ଜଣ ନର୍ସ।

ନୟାଗଡ଼ ସିଡିଏମଓ ଡାକ୍ତର ସୁଧାଂଶୁ ଶେଖର ଷଡ଼ଙ୍ଗୀଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ଆଜି ୪ ଜଣ କୋଭିଡ-୧୯ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗାଁର ଜଣେ ୧୭ ବର୍ଷିୟା ଯୁବତୀ ଥିବା ବେଳେ ସ୍ଥାନୀୟ କ୍ୱାରେଣ୍ଟାଇନ ସେଣ୍ଟରରୁ ଅନ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦଶପଲ୍ଲା ହାଇସ୍କୁଲ କ୍ୱାରେଣ୍ଟାଇନ ସେଣ୍ଟରରେ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଚତୁର୍ଥ କରୋନା ଆକ୍ରାନ୍ତ ନୟାଗଡ଼ ବ୍ଲକ ଲେଙ୍କୁଡ଼ିପଡ଼ା କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି।

ମଧ୍ୟଖଣ୍ଡରେ ଜଣେ ଯୁବତୀ କରୋନା ଆକ୍ରାନ୍ତ ହୋଇଥିବାରୁ ଗାଁର ମହାନ୍ତି ସାହି, ଶାସନସାହି ଏବଂ କଇଁମସାହିକୁ ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କରିଛନ୍ତି।

Comment