ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜି ଆଣ୍ଡ୍ ହସ୍ପିଟାଲ୍ (SLNMCH) ଅଧିନରେ ରିସର୍ଚ୍ଚ ଆସିଷ୍ଟାଣ୍ଟ, ରିସର୍ଚ୍ଚ ସାଇଣ୍ଟିଷ୍ଟ୍, ଲାବୋରେଟାରୀ ଟେକ୍ନିସିଆନ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁନ୍ ମାସ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।
ରିସର୍ଚ୍ଚ ସାଇଣ୍ଟିଷ୍ଟ (ଗୋଟିଏ ପଦବୀ)
- ଯୋଗ୍ୟତା- ଏମ୍.ଡି, ମାଇକ୍ରୋବାୟୋଲୋଜୀ
- ଦରମା- ୨୧୬୬ ଟଙ୍କା ଦିନପିଛା
ରିସର୍ଚ୍ଚ ସାଇଣ୍ଟିଷ୍ଟ୍ (ନନ୍-ମେଡିକାଲ୍) (ଗୋଟିଏ ପଦବୀ)
- ଯୋଗ୍ୟତା- ମେଡିକାଲ ବାୟୋଲୋଜୀ ବା ବାୟୋ ଟେକ୍ନୋଲୋଜୀରେ ଏମ୍.ଏସ୍.ସି କରିଥିବେ। ପି.ଏଚ୍.ଡି ଡିଗ୍ରୀ ଧାରଣକାରୀଙ୍କୁ ଅଦିକ ପ୍ରାଧାନ୍ୟ ଦିଆଯିବ।
- ଦରମା- ୨୦୦୦ ଟଙ୍କା ଦିନପିଛା
ରିସର୍ଚ୍ଚ ଆସିଷ୍ଟାଣ୍ଟ (ଗୋଟିଏ ପଦବୀ)
- ଯୋଗ୍ୟତା- ମେଡିକାଲ ବାୟୋଲୋଜୀ ବା ବାୟୋ ଟେକ୍ନୋଲୋଜୀରେ ଏମ୍.ଏସ୍.ସି କରିଥିବେ।
- ଦରମା- ୧୦୦୦ ଟଙ୍କା ଦିନ ପିଛା
ଲାବୋରେଟାରୀ ଟେକ୍ନିସିଆନ (ଦୁଇଟି ପଦବୀ)
- ଯୋଗ୍ୟତା- ଦ୍ୱାଦଶ ଶ୍ରେଣୀ ପାସ୍ କରିବା ସହ ମେଡିକାଲ ଲାବୋରେଟାରୀ ଟେକ୍ନୋଲୋଜୀରେ ଡିପ୍ଲୋମା କରିଥିବେ।
- ଦରମା- ୧୦୦୦ ଟଙ୍କା ଦିନପିଛା
ଇଣ୍ଟରଭ୍ୟୁ ସମୟ- ଜୁନ୍ ୧୬ ତାରିଖ ସକାଳ ୧୦ରୁ ୧ଟା
ଇଣ୍ଟରଭ୍ୟୁ ସ୍ଥାନ– ଲେକ୍ଚର ଥିଏଟର୍, SLNMCH, କୋରାପୁଟ
ଅଧିକ ସୂଚନା ପାଇଁ koraput.nic.inରେ କ୍ଲିକ୍ କରନ୍ତୁ।