ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। କରୋନା ଭିତରେ ମଧ୍ୟ ଦେଶରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଚିନ୍ତା କରୁଛି ବିସିସିଆଇ। ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଚଳିତ ବର୍ଷ ଆଇପିଏଲ୍ ଆୟୋଜନ ନେଇ ବୋର୍ଡ ସମସ୍ତ ପ୍ରକାର ବିକଳ୍ପ ଉପରେ ଅନୁଧ୍ୟାନ କରୁଛି। ଖେଳାଳିଙ୍କଠାରୁ ଆରମ୍ଭ କରି ପ୍ରଶଂସକ, ଫ୍ରାଞ୍ଚାଇଜ ସମସ୍ତେ ଆଇପିଏଲ୍ ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ଖାଲି ପଡ଼ିଆ ମଧ୍ୟରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ବିସିସିଆଇ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।ଏନେଇ ସେ ବିସିସିଆଇର ସମସ୍ତ ଅନୁବନ୍ଧିତ ରାଜ୍ୟ କ୍ରିକେଟ୍ ବୋର୍ଡକୁ ମଧ୍ୟ ଚିଠି ଲେଖି ଜଣାଇ ଦେଇଛନ୍ତି। ତେଣୁ ଯେକୌଣସି ପରିସ୍ଥିତିରେ ମଧ୍ୟ ଦେଶରେ ଆଇପିଏଲ୍ ଆୟୋଜନ କରିବାକୁ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସୌରଭ କହିଛନ୍ତି।

ଅନ୍ୟପଟେ ଜୁନ୍ ୧୧ରୁ ଆଇପିଏଲ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସ ନିଜର ଟ୍ରେନିଂ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଏହି ପ୍ରଶିକ୍ଷଣ ଶିବିରରେ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, କ୍ରୁନାଲ ପାଣ୍ଡ୍ୟା ପ୍ରମୁଖ ଯୋଗ ଦେବେ।

Comment