ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ଜଣେ ଛାତ୍ରୀ ଦୀର୍ଘ ଚାରି ମାସ ଧରି ପର୍ତ୍ତୁଗାଲରେ ନିଖୋଜ ଥିବା ଜଣାପଡିଛି। ଏ ନେଇ ଉକ୍ତ ଛାତ୍ରୀଙ୍କ ପରିବାର ପକ୍ଷରୁ ଏବେ ପୁରୀଘାଟ ପୋଲିସ ଥାନାରେ ଏତଲା ଦାୟର କରାଯାଇଛି। ପରିବାର ପକ୍ଷରୁ କୁହାଯାଇଛି ଯେ ଛାତ୍ରୀ ଜଣକ ବାର୍ଶିଲୋନା ବିଶ୍ଵବିଦ୍ୟାଳୟରେ ଏମ୍ଏସସି କରୁଥିଲେ। କିନ୍ତୁ  ଫେବ୍ରୁଆରି ମାସରେ ପର୍ତ୍ତୁଗାଲରେ ରହିବା ଆରମ୍ଭ କରିଥିଲେ।

ପରିବାର ଲୋକେ ଏତଲାରେ ଦର୍ଶାଇଛନ୍ତି ଯେ ଫେବ୍ରୁଆରି ୨୭ ତାରିଖରେ ସେମାନେ ଶେଷ ଥର ପାଇଁ ଫୋନରେ କଥାବାର୍ତ୍ତା କରିଥିଲେ। କିନ୍ତୁ ତା’ ପରଠାରୁ ଆଉ ଯୋଗାଯୋଗ ସମ୍ଭବ ହୋଇନାହିଁ। ସୂଚନା ଅନୁସାରେ ଏହି ଛାତ୍ରୀ ଜଣକ ଲିସବନରେ ଥିବା ତାଙ୍କର ବ୍ୟାଙ୍କ୍ ଆକାଉଣ୍ଟରୁ ସବୁ ଟଙ୍କା ଉଠାଇ ନେଇ ଫେରାର ହୋଯାଇଛନ୍ତି।

କୌଣସି ଖୋଜ ଖବର ନମିଳିବା ପରେ ପରିବାର ସଦସ୍ୟମାନେ ଥାନାର ଆଶ୍ରୟ ନେଇଛନ୍ତି। ତା ଛଡ଼ା ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାହାଯ୍ୟ ମଧ୍ୟ ଲୋଡ଼ିଛନ୍ତି। କଟକ ଡିଏସ୍‌ପି ଅଖିଳେଶ୍ୱର ସିଂହ କହିଛନ୍ତି ଯେ ମାମଲାର ତଦନ୍ତ ଚାଲିଛି।

Comment