ଓଡ଼ିଶାଲାଇଭ୍‌ ବ୍ୟୁରୋonion garlic

କେବଳ ପରିବା ନୁହେଁ ପରିବା ଚୋପା ବି ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ପରିବା କାଟି ସାରିବା ପରେ ପରିବା ଚୋପାକୁ ନ ଫୋପାଡ଼ି ତାକୁ ନିଜ ବ୍ୟବହାରରେ ଲଗାଇ ପାରିବେ। ପରିବାରୁ ବାହାରୁଥିବା ଚୋପାରେ ଭିଟାମିନ୍-ଏ, ଭିଟାମିନ୍-ସି, ଭିଟାମିନ୍-ଇ ଆଦି ପୋଷକ ତତ୍ୱ ରହିଛି।

ପିଆଜ, ରସୁଣ ଚୋପାର ଉପକାରିତା:

କୋଲେଷ୍ଟୋରାଲ୍ କମ୍ କରିବ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା।

ହୃତ୍‌ପିଣ୍ଡଜନିତ ସମସ୍ୟାର ବି ସମାଧାନ କରିବ।

ମାଂସପେଶୀରେ ଦରଜ୍‌, ବିନ୍ଧା ହେଉଥିଲେ ପିଆଜ ଚୋପା ଉପଶମ ଦେବ। ଗୋଟିଏ କପ୍ ପାଣିରେ ପିଆଜ ଚୋପା ପକାଇ ଫୁଟାଇ ଛାଣି ପିଅନ୍ତୁ। ତୁରନ୍ତ ଆରାମ ମିଳିବ।

ନିଦ ସମସ୍ୟା ସମାଧାନ କରିବ ପିଆଜ ଚୋପା ତିଆରି ଚା’। ଏହା ମସ୍ତିଷ୍କକୁ ଆରାମ ଦିଏ।

ରସୁଣ ଓ ପିଆଜ ଚୋପାରେ ଆଣ୍ଟିଫଙ୍ଗଲ୍ ତତ୍ୱ ରହିଛି। ପାଦ କିମ୍ବା ହାତରେ କୁଣ୍ଡିଆ, ସଂକ୍ରମଣ ହେଲେ ପିଆଜ ଚୋପା ପାଣିରେ ୧୫ରୁ ୨୦ ମିନିଟ୍ ହାତ, ପାଦ ବୁଡ଼ାଇ ରଖନ୍ତୁ।

କିପରି କରିବେ ପିଆଜ, ରସୁଣ ଚୋପାର ବ୍ୟବହାର

ସୁପ୍ କିମ୍ବା ଯେକୌଣସି ବ୍ୟଞ୍ଜନ ରୋଷେଇ କରିବା ବେଳେ ଚୋପା ସହିତ ପିଆଜ, ରସୁଣ ବ୍ୟବହାର କରନ୍ତୁ। ରୋଷେଇ ହେବା ପରେ ଏବଂ ଖାଇବା ପୂର୍ବରୁ ଚୋପା ବାଛି ଖାଇବେ।

ପିଆଜ, ରସୁଣ ଚୋପାକୁ ଶୁଖାଇ ଗୁଣ୍ଡ କରି ଖାଦ୍ୟ ସାମଗ୍ରୀରେ ଫ୍ଲେଭର୍ ଭଳି ବ୍ୟବହାର କରନ୍ତୁ। ଫଳରେ ପିଆଜ ଓ ରସୁଣ ଚୋପାରେ ଥିବା ଭିଟାମିନ୍‌ ଖାଦ୍ୟ ଜରିଆରେ ଆପଣଙ୍କୁ ମିଳିପାରିବ।

LEAVE A REPLY

Please enter your comment!
Please enter your name here