ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍କେଟ ବିଲ୍ଡିଂ ପରେ ସିଲ୍‌ ହେଲା ଭୁବନେଶ୍ଵର ୟୁନିଟ୍‌-୧ ହାଟ। ପ୍ରବଳ ଗହଳି ଯୋଗୁଁ ୟୁନିଟ୍‌-୧ ହାଟକୁ ସିଲ୍‌ କଲା ବିଏମ୍‌ସି। ସାମାଜିକ ଦୂରତା ନିୟମ ଉଲ୍ଲଘଂନ କାରଣରୁ ହାଟକୁ ସିଲ୍‌ କରିଛି ବିଏମ୍‌ସି।

ଆଗକୁ ରଜ ଆସୁଥିବା କାରଣରୁ ଲୋକମାନେ କିଣାବିକା କରିବା ପାଇଁ ବିଭିନ୍ନ ମାର୍କେଟରେ ଭିଡ଼ ଲଗାଇଛନ୍ତି। ଭିଡ଼ ଏତେ ରହିଛି ଯେ, ସେଠାରେ କେହି ବି କୋଭିଡ୍ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଥିଲା। ଏପରିକି କିଛି ଲୋକ ବିନା ମାସ୍କରେ ମାର୍କେଟରେ ବୁଲୁଥିବା ମଧ୍ୟ ନଜର ଆସିଥିଲା। ଅନ୍ୟପଟେ ଦୋକାନୀମାନେ ମଧ୍ୟ ରାଜ୍ୟ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରୁଥିଲେ।

ସେଥିପାଇଁ ବିଏମ୍‌ସି ପ୍ରଥମେ ମାର୍କେଟ ବିଲ୍ଡିଂକୁ ସିଲ୍‌ କରିଥିଲା। ଏବେ ସମାନ ଘଟଣା ୟୁନିଟ୍‌-୧ ହାଟରେ ଦେଖାଯିବାରୁ ହାଟ୍‌କୁ ମଧ୍ୟ ସିଲ୍‌ କରିଛି ବିଏମ୍‌ସି।

ରଜ କିଣାକିଣି କରିବାକୁ ରାଜ୍ୟ ସରକାର ଆଜି ନାଇଟ କର୍ଫ୍ୟୁକୁ କୋହଳ କରିଛନ୍ତି। ଆଜି ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରେ କର୍ଫ୍ୟୁ ଲାଗୁ ହେବ। ଫଳରେ ଲୋକେ କିଣା କିଣି କରିପାରିବେ। ହେଲେ ଲୋକମାନେ କୋଭିଡ୍‌ ନିୟମ ଉଲ୍ଲଘଂନ କରି କିଣାକିଣି କରୁଥିବା ନଜର ଆସିଥିଲେ।

LEAVE A REPLY

Please enter your comment!
Please enter your name here