ଓଡ଼ିଶାଲାଇଭ୍‌ ବ୍ୟୁରୋ

ନା ଅଛି ସାମାଜିକ ଦୂରତା, ନା ମୁହଁରେ ଅଛି ମାସ୍କ। ରଜ ପାଇଁ ରାଜଧାନୀବାସୀ ଭୁଲିଗଲେ ନିୟମ। କିଣାକିଣି କରିବାକୁ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଲୋକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମାର୍କେଟ ବିଲ୍ଡିଂ, ବାପୁଜୀ ନଗର ପ୍ରମୁଖ ମାର୍କେଟରେ ଏହି ଗହଳି ଦେଖିବାକୁ ମିଳିଛି।

ରଜ ପାଇଁ କିଣାକିଣି କରିବାକୁ ରାଜ୍ୟ ସରକାର ଶୁକ୍ରବାର ନାଇଟ କର୍ଫ୍ୟୁକୁ କୋହଳ କରିଛନ୍ତି। ୭ଟା ପରିବର୍ତ୍ତେ ରାତି ୧୦ଟାରେ ଲାଗୁ ହେବ କର୍ଫ୍ୟୁ। ହେଲେ ଶନିବାର ସଟ୍‌ଡାଉନ୍‌ ନିୟମ କୋହଳ ହେବ ନାହିଁ। ତେଣୁ ରଜ ପାଇଁ କିଣା କିଣି କରିବାକୁ ଲୋକଙ୍କ ପାଖରେ ଆଜି ଦିନଟିଏ ଅଛି। ତେଣୁ ଚାରି ଆଡ଼େ ପ୍ରବଳ ଗହଳି ଦେଖିବାକୁ ମିଳିଛି।

ଏହି ରଜ କିଣା ବିକା ଭିତରେ ସମସ୍ତେ ଭୁଲିଗଲେ କୋଭିଡ୍‌ ନିୟମ। ନା ପିନ୍ଧିଲେ ମାସ୍କ, ନା ରଖିଲେ ସାମାଜିକ ଦୂରତା। ଏଭଳି ପରିସ୍ଥିତିରେ ରାଜଧାନୀ ଭୁବନେଶ୍ଵରରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି।

ଭୁବନେଶ୍ଵରର ବିଭିନ୍ନ ଲୁଗା ଦୋକାନ, ଷ୍ଟ୍ରେସନାରୀ ଦୋକାନ ଓ ମିଠା ଦୋକାନରେ ନାହିଁ ନଥିବା ଗହଳି ଦେଖିବାକୁ ମିଳିଛି। କେବଳ ଭୁବନେଶ୍ଵର ନୁହେଁ କଟକ, ରାଉରକେଲା ଭଳି ପ୍ରମୁଖ ସହରରେ ରଜ ପାଇଁ ଏଭଳି ଭିଡ଼ ଦେଖିବାକୁ ମିଳିଛି।

ରଜ ପାଇଁ କିଣାବିକା କରିବାକୁ ରାଜ୍ୟ ସରକାର କୋଭିଡ୍‌ ନିୟମକୁ ଆଜି କୋହଳ କରିଛନ୍ତି। ସନ୍ଧ୍ୟାରେ ଲୋକମାନେ କିଣା ବିକା କରିବେ ବୋଲି ନାଇଟ କର୍ଫ୍ୟୁ ୭ଟା ପରିବର୍ତ୍ତେ ଆଜି ରାତି ୧୦ଟାରେ ଲାଗୁ ହେବ। ହେଲେ ଏହି ସମୟରେ କୋଭିଡ୍‌ ନିୟମ ପାଳନ କରିବାକୁ କୁହାଯାଇଥିଲା।

ଅନ୍ୟପକ୍ଷରେ ଆଜି ମାର୍କେଟ ବିଲ୍ଡିଂରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସାମାଜିକ ଦୂରତା ନିୟମ ଉଲ୍ଲଘଂନ ହେଉଥିବା ଯୋଗୁଁ ମାର୍କେଟ ବିଲ୍ଡିଂକୁ ସିଲ୍‌ କରିଛି ବିଏମ୍‌ସି। ତେବେ ଏଭଳି ସିଲ୍‌ ଯୋଗୁଁ ଦୋକାନୀମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯାଇଛି।

LEAVE A REPLY

Please enter your comment!
Please enter your name here