ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଛୁଆ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ବଲଣ୍ଡା ଫରେଷ୍ଟ ଗାର୍ଡଙ୍କୁ କାର୍ଯ୍ୟରୁ ନିଲମ୍ଵିତ କଲା ବନବିଭାଗ। ଏହାସହ କୁଆଁରମୁଣ୍ଡା ରେଞ୍ଜର ଓ କେଲୁଙ୍ଗା ଫରେଷ୍ଟରଙ୍କୁ ସୋ’ କଜ୍‌ ନୋଟିସ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଖରକେଲା ଡିଏଫ୍‌ଓ ସଂଜୟ କୁମାର ସ୍ଵାଇଁ।

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ରେଞ୍ଜ ସାନଦଳକୁଦରେ ହାତୀ ଛୁଆର ମୃତ୍ୟୁ ହୋଇଥିଲା। ବାରାହା ଫାଶରେ ପଡ଼ି ହାତୀ ଛୁଆର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନବିଭାଗ।

କିଛିଦିନ ତଳେ କେରଳରେ ବିସ୍ଫୋରକ ଭର୍ତ୍ତି ସପୁରୀ ଖାଇ ଗୋଟେ ଗର୍ଭବତୀ ହାତୀର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।

Comment