ଓଡ଼ିଶାଲାଇଭ୍ ବ୍ୟୁରୋ

bel-2

ଖରାଦିନେ ଥଣ୍ଡା ପାନୀୟ ପିଇବା ପାଇଁ ସମସ୍ତେ ପସନ୍ଦ କରନ୍ତି। ଅଧିକାଂଶ ଲୋକ ବଜାରରୁ କୋଲ୍ଡ ଡ୍ରିଙ୍କ୍ କିଣି ପିଇଥାନ୍ତି। କିନ୍ତୁ ଏହା ଶରୀର ପକ୍ଷେ ଆଦୌ ହିତକର ନୁହେଁ। ତେବେ ଏହି ସମୟରେ ସତେଜ ଫଳର ଜୁସ୍ ତିଆରି କରି ପିଇପାରିବେ। ଏହା ଶରୀରକୁ ଥଣ୍ଡା ରଖିବା ସହ ସୁସ୍ଥ ରଖେ। ଏହିପରି ଏକ ଗୁଣକାରୀ ଫଳ ହେଉଛି ବେଲ। ଏହାର ପଣା ବା ଜୁସ୍ କରି ପିଇବା ଦ୍ୱାରା ଶରୀର ସତେଜ ରହିବା ସହ ପାଚନ ପ୍ରକ୍ରିୟା ମଧ୍ୟ ଭଲ ରୁହେ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ବେଲପଣା-

ଆବଶ୍ୟକୀୟ ସାମଗ୍ରୀ- ବେଲ, ଚିନି, ବିଟ୍ ଲୁଣ, ଲୁଣ, ଜିରା ପାଉଡର, ପାଣି, ବରଫ

ପ୍ରସ୍ତୁତି ପ୍ରଣାଳୀ-

-ପ୍ରଥମେ ବେଲକୁ ଭଲଭାବେ ଧୋଇ ଏହାର ଭିତର ଅଂଶକୁ ବାହାର କରିଦିଅନ୍ତୁ।

-ଏଥିରେ ସାମାନ୍ୟ ପାଣି ମିଶାଇ ଚକଟନ୍ତୁ।

-ଏଥିରୁ ଚକଟା ହୋଇଥିବା ବେଲକୁ ଭଲଭାବରେ ଛାଣି ଦିଅନ୍ତୁ।

-ଏବେ ଏଥିରେ ଚିନି, ସାଧାରଣ ଲୁଣ ଏବଂ ବିଟ୍ ଲୁଣ, ଜିରା ପାଉଡର ମିଶାଇ ଦିଅନ୍ତୁ।

bel sharbat-4

-ବର୍ତ୍ତମାନ ଏଥିରେ ଆବଶ୍ୟକ ଅନୁସାରେ ପାଣି ମିଶାନ୍ତୁ।

-ଏବେ ପ୍ରସ୍ତୁତ ହୋଇଗଲା ବେଲପଣା। ଏହା ଉପରେ କିଛି ବରଫ ପକାଇ ସମସ୍ତଙ୍କୁ ପିଇବାକୁ ଦିଅନ୍ତୁ।

Comment