ଓଡ଼ିଶାଲାଇଭ୍ ବ୍ୟୁରୋ

oats idli-2

ବ୍ରେକଫାଷ୍ଟରେ ଅଧିକ ଲୋକପ୍ରିୟ ଖାଦ୍ଯ ହେଉଛି ଇଡଲି। ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଇଡଲି ଖାଇବାକୁ ପସନ୍ଦ କରନ୍ତି। ତେବେ ଘରେ ହେଉକି ବଜାରରେ ସାଧାରଣତଃ ସୁଜି ଏବଂ ଚାଉଳ ତିଆରି ଇଡଲି ହିଁ ଖାଇବାକୁ ମିଳେ। ହେଲେ ଆଜି ଆମେ ଆପଣଙ୍କୁ କହିବୁ ଘରେ କିପରି ବନାଇବେ ଓଟ୍ସ୍ ଇଡଲି। ଓଟ୍ସ୍ ଏକ ପୁଷ୍ଟିକର ଖାଦ୍ୟ ଏବଂ ଏଥିରୁ ତିଆରି ଇଡଲୀ ଆପଣଙ୍କୁ ଭରପୂର ମାତ୍ରାରେ ପୋଷଣ ଯୋଗାଇଥାଏ।

ଆବଶ୍ୟକୀୟ ସାମଗ୍ରୀ- ଓଟ୍ସ୍, ଦହି, ସୋରିଷ, ସୋଲା ଡାଲି, ଚଣା ଡାଲି, ତେଲ, କଞ୍ଚା ଲଙ୍କା, ଗାଜର, ଧଣିଆପତ୍ର, ହଲଦୀ ପାଉଡର, ଲୁଣ

ପ୍ରସ୍ତୁତି ପ୍ରଣାଳୀ-

-ପ୍ରଥମେ ଗୋଟିଏ ପ୍ୟାନରେ ଓଟ୍ସ୍ ଭାଜନ୍ତୁ। ଟିକେ କ୍ରଞ୍ଚି ହେବା ପରେ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ଏହା ପରେ ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ।

-ବର୍ତ୍ତମାନ ଆଉ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ସୋରିଷ, ସୋଲା ଡାଲି, ଚଣା ଚାଲି ପକାଇ ଭାଜନ୍ତୁ। ଏହାପରେ ଏଥିରେ ଧଣିଆପତ୍ର, କଞ୍ଚା ଲଙ୍କା, କଦୁକସ ହୋଇଥି୍ବା ଗାଜର ଏବଂ ଗାଜର ପକାଇ ଗୋଟିଏରୁ ଦୁଇଟି ମିନିଟ୍ ଭାଜନ୍ତୁ।

oats idli-1

-ଏସବୁ ଭଲସେ ଭାଜି ହୋଇଯିବା ପରେ ଏଥିରେ ପୂର୍ବରୁ ଗ୍ରାଇଣ୍ଡିଂ ହୋଇଥିବା ଓଟ୍ସ୍ ଏବଂ ଦହି ମିଶାନ୍ତୁ।

-ଭଲସେ ମିଶିବା ପରେ ଏହାକୁ ୧୫ ମିନିଟ୍ ପାଇଁ ଥଣ୍ଡା ହେବାକୁ ଦିଅନ୍ତୁ।

-ଇଡଲି ଛାଞ୍ଚ ପ୍ରସ୍ତୁତ କରି ଏଥିରେ ତେଲ ଲଗାନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ଓଟ୍ସ୍ ବ୍ୟାଟରରେ ଇନୋ ମିଶାଇ ଏହାରୁ ଛାଞ୍ଚରେ ଦିଅନ୍ତୁ। କୁକରରେ ୧୫ ମିନିଟ ଯାଏଁ ସିଝିବାକୁ ଦିଅନ୍ତୁ। ଓଭନରେ କରିଲେ ୩ରୁ ୪ ମିନିଟ୍ ଲାଗିବ।

-ଏହା ପରେ ଗରମ ଗରମ କାଢ଼ି ପରଷନ୍ତୁ ସ୍ୱାସ୍ଥ୍ୟକର ଓଟ୍ସ୍ ଇଡଲି।

Comment