ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବ ବର୍ଷମାନଙ୍କ ତୁଳନାରେ ଏବର୍ଷ ଓଡ଼ିଶାରେ ବ୍ୟାପକ ବର୍ଷା ହୋଇଛି। ଜୁନ ୧ରୁ ୧୫ ମଧ୍ୟରେ ସାଧାରଣ ବୃଷ୍ଟିପାତ ୭୯.୨ ପ୍ରତିଶତ ହେବା କଥା। କିନ୍ତୁ ଏବର୍ଷ ୯୭.୪ ପ୍ରତିଶତ ହୋଇଛି। ପ୍ରାୟ ୧୫ ଜିଲ୍ଲାରେ ଅଧିକ ବର୍ଷା ହୋଇଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ କହିଛି। ତେଣେ ଅନ୍ୟ ୧୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ମାତ୍ର ପାଞ୍ଚଟି ଜିଲ୍ଲାରେ କମ ବର୍ଷା ହୋଇଛି।

ଭୁବନେଶ୍ଵରଠାରେ ଥିବା ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ୍ଆର ବିଶ୍ୱାସ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ମୌସୁମୀ ସକ୍ରିୟ ଅଛି। ଏଣୁ ଉପକୂଳ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୪ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତା’ ପରେ ମାଧ୍ୟମ ଧରଣର ବର୍ଷା ହେବ।

୧୯ ତାରିଖରେ ବଙ୍ଗୋପସାଗରରେ ଏକ ଛୋଟ ଧରଣର ଲଘୁଚାପ ପ୍ରଭାବରେ ବିଶେଷ କରି ଉତ୍ତର ଓଡ଼ିଶାରେ ସେହି ସମୟ ବେଳକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବିଶ୍ୱାସ କହିଛନ୍ତି।

Comment