ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷା ପବନରେ ଉଡ଼ିଗଲା ଶ୍ରୀମନ୍ଦିର ନୀଳଚକ୍ର ବାନା। ସୋମବାର ପୁରୀରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିଲା ଯେଉଁଥିରେ ଶ୍ରୀମନ୍ଦିର ଉପରେ ଥିବା ନୀଳଚକ୍ର ବାନା ଉଡ଼ିଯାଇଛି।

ନୀଳଚକ୍ରରେ ଏକ ବାଉଁଶ ସହିତ ପତିତପାବନ ବାନା ବନ୍ଧା ହୋଇ ରହିଥାଏ। ହେଲେ ସୋମବାର ବର୍ଷା ପବନରେ ବାଉଁଶ ସହିତ ପତିତପାବନ ବାନା ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ଫଳରେ ଶ୍ରୀମନ୍ଦିର ଉପରେ ଏବେ ପତିତପାବନ ବାନା ଦେଖିବାକୁ ମିଳୁନାହିଁ। ତେବେ ଖୁବଶୀଘ୍ର ମନ୍ଦିର ଉପରେ ପତିତପାବନ ବାନା ଲଗାଇ ଦିଆଯିବ ବୋଲି କୁହାଯାଇଛି।

ଅନ୍ୟପଟେ ପ୍ରବଳ ବର୍ଷାରେ ପୁରୀ ବଡ଼ଦାଣ୍ଡରେ ଜଳ ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ବର୍ଷା ଜଳ ବଡ଼ଦାଣ୍ଡର ଅଟକି ରହିବା ଫଳରେ କୁତ୍ରିମ ବନ୍ୟା ଦେଖିବାକୁ ମିଳିଛି। ସେହିପରି ବର୍ଷା କାରଣରୁ ରଥ ନିର୍ମାଣରେ ମଧ୍ୟ କିଛି ସମୟ ପାଇଁ ବାଧା ଉପୁଜିଛି।

ରଥଯାତ୍ରାକୁ ଆଉ ମାତ୍ର ୮ ଦିନ ବାକି ଅଛି। ତେଣୁ ରଥ କାରିଗରମାନେ ରଥ ନିର୍ମାଣରେ ବ୍ୟସ୍ତ ରହିଛନ୍ତି। ହେଲେ ପ୍ରବଳ ବର୍ଷା ଏବେ ରଥ ନିର୍ମାଣରେ ବାଧା ସୃଷ୍ଟି କରିଛି।

Comment