ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାସ୍କ, ପିପିଇ କିଣାରେ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସ ଘେରିବା ପରେ ଆଜି ନିବୁଲାଇଜର ସ୍କାମ ସମ୍ପର୍କରେ ଦଳ ଅଭିଯୋଗ କରିଛି। ରାଜ୍ୟ ଔଷଧ ନିଗମ ଜରିଆରେ ସରକାର ନିବୁଲାଇଜର କିଣାରେ ହେରଫେର୍ କରିଥିବା କଂଗ୍ରେସ ନେତା ସୁଦର୍ଶନ ଦାସ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

‘‘ମାର୍ଚ୍ଚ ୨୧ରେ ନିବୁଲାଇଜର କିଣିବା ପାଇଁ ଔଷଧ ନିଗମ ୩୧୦୦ ଟଙ୍କାର କୋଟେସନ କରିଥିଲା। ହେଲେ ୨୩ରେ ଆଉ ଏକ କୋଟେସନ କରିଥିଲା। ପ୍ରାୟ ୫ ହଜାର ୯୦୦ ଟଙ୍କାର କୋଟେସନ କରିଥିଲା। ରାଜ୍ୟ ସରକାର ଏହି ପ୍ରଥମ କୋଟେସନକୁ ଛାଡ଼ି ଦ୍ୱିତୀୟ କୋଟେସନ ଦର ଅନୁସାରେ ନିବୁଲାଇଜର କିଣିଥିଲେ। ଦୁଇ ଦିନ ଭିତରେ ଦୁଇଟି କୋଟେସନ କାହିଁକି ହେଲା?’’, ଏହି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ସୁଦର୍ଶନ ଦାସ।

ସେ ଆହୁରି କହିଥିଲେ ଯେ, ରାଜ୍ୟ ସରକାରଙ୍କ ପାଖରେ ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ କୌଣସି ପ୍ରମାଣ ନାହିଁ।

ଏହି ସ୍କାମକୁ ନେଇ ଆମେ କୋର୍ଟକୁ ଯିବୁ ଏବଂ ରାଜ୍ୟ ସରକାରଙ୍କ ଅସଲ ମୁଖ୍ୟ ଖୋଲିବୁ ବୋଲି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ସୂଚନା ଦେଇଛନ୍ତି।

Comment