ଓଡ଼ିଶାଲାଇଭ୍ ବ୍ୟୁରୋ

kacha kela kofta

 

କଦଳୀ ଏକ ଏପରି ଫଳ ଯାହା କଞ୍ଚା ହେଉକି ପାଚିଲା ଉଭୟ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟୀ। ଏଥିରେ ରହିଛି ପ୍ରଚୁର ପରିମାଣରେ ଭିଟାମିନ୍, ଫାଇବର୍, ପ୍ରୋଟିନ୍, ଆଇରନ ଇତ୍ୟାଦି ଯାହା ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇଥାଏ। ପେଟ ସମସ୍ୟା ମଧ୍ୟ ଏହା ଦୂର କରିଥାଏ। ଆଜି ଆମେ ଆପଣଙ୍କୁ କହିବୁ ଘରେ କିପରି ପ୍ରସ୍ତୁତ କରିବେ କଞ୍ଚା କଦଳୀର କୋଫତା। ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ମଧ୍ୟ।

ଆବଶ୍ୟକୀୟ ସାମଗ୍ରୀ- ସିଝା ହୋଇଥିବା କଞ୍ଚା କଦଳୀ (୫ଟି), ବେସନ, ଅଦା ପେଷ୍ଟ (ଅଧା ଛୋଟ ଚାମଚ), ରସୁଣ ପେଷ୍ଟ (ଅଧା ଛୋଟ ଚାମଚ), ତେଲ, ଜିରା (ଅଧା ଛୋଟ ଚାମଚ), ହଳଦୀ ପାଉଡର୍ (ଅଧା ଛୋଟ ଚାମଚ), ଲାଲ୍ ଲଙ୍କା ପାଉଡର (ଅଧା ଛୋଟ ଚାମଚ), ଗରମ ମସଲା (ଗୋଟେ ଛୋଟ ଚାମଚ), ତେଜ ପତ୍ର (୨ଟି), ପିଆଜ (୨ଟି କଟା ହୋଇଥିବା), ଧଣିଆ ପତ୍ର, ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ-

-ପ୍ରଥମେ ଏକ ପାତ୍ରରେ ସିଝା ହୋଇଥିବା କଞ୍ଚା କଦଳୀ, ବେସନ, ଲୁଣ ଏବଂ ଅଳ୍ପ ଲାଲ୍ ଲଙ୍କା ପାଉଛର ନେଇ ଭଲସେ ଚକଟି ଦିଅନ୍ତୁ। ଏହାପରେ ଏହାକୁ ଛୋଟ ଛୋଟ ଗୋଲ୍ ଗୋଲ୍ କରି କୋଫତାର ଆକାର ଦିଅନ୍ତୁ।

-ଏବେ ଗ୍ୟାସରେ ଏକ ପ୍ୟାନ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ କୋଫତାଗୁଡ଼ିକୁ ହାଲକା ଲାଲ୍ ହେବା ଯାଏଁ ଛାଣନ୍ତୁ।

kacha kela kofta-2

-ବର୍ତ୍ତମାନ ଆଉ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ଜିରା, ପିଆଜ, ଅଦା ରସୁଣ ପେଷ୍ଟ, ତେଜ ପତ୍ର ପକାନ୍ତୁ ଏବଂ କିଛି ସମୟ ଭାଜନ୍ତୁ।

-ମସଲା ହୋଇଯିବା ପରେ ସେଥିରେ ଲୁଣ, ହଳଦୀ ଏବଂ ଲଙ୍କା ପାଉଡର ପକାଇ ୬ରୁ ୭ ମିନିଟ୍ ଯାଏଁ କଷନ୍ତୁ।

-ଏହାପରେ ପ୍ରସ୍ତୁତ ହୋଇଥିବା କୋଫତାକୁ ସେଥିରେ ପକାଇ ୧୦ରୁ ୧୨ ମନିଟ୍ ଯାଏଁ ଆଉଥରେ କଷନ୍ତୁ। ବର୍ତ୍ତମାନ ଏହା ଉପରେ ସାମାନ୍ୟ ଗରମ ମସଲା ପକାଇ ଗୋଳାନ୍ତୁ ଏବଂ ଗ୍ୟାସ ବନ୍ଦ କରିଦିଅନ୍ତୁ।

-ପ୍ରସ୍ତୁତ ହୋଇଗଲା ଆପଣଙ୍କ ଟେଷ୍ଟି ଏବଂ ହେଲଦି କଞ୍ଚା କଦଳୀ କୋଫତା। ଏହାକୁ ଆପଣ ରୁଟି, ପରଟା ବା ଭାତ ସହ ଖାଇପାରିବେ।

Comment