ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ବଢ଼ିଲା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମ୍ଭାବନା। ରଥ ଅନୁକୂଳ ପାଇଁ ଶ୍ରୀମନ୍ଦିର ପୁରୋହିତଙ୍କୁ ଅନୁମତି ପତ୍ର ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ଆଗକୁ ରଥ ଅନୁକୂଳ କରିବା ପାଇଁ ପ୍ରସ୍ତୁତ ଅଛି ଶ୍ରୀମନ୍ଦିର ପ୍ରଶାସନ।

ଅନୁମତି ପତ୍ର ନେଇ ପୁରୋହିତ ସିଦ୍ଧେଶ୍ଵର ମହାପାତ୍ର କହିଛନ୍ତି ଯେ, ଏବେ ପ୍ରତିକୂଳ ପରିସ୍ଥିତିରେ ସବୁକିଛି ଚାଲୁ ରହିଛି। ଏଭଳି ସ୍ଥିତିରେ ଆଶା କରୁଛୁ ମହାପ୍ରଭୁଙ୍କ ରଥଯାତ୍ରା ହେଉ।

ଚଳିତ ବର୍ଷ କରୋନା ଯୋଗୁଁ ରଥଯାତ୍ରାକୁ ନେଇ ଅନେକ ଦ୍ଵନ୍ଦ୍ଵ ସୃଷ୍ଟି ହେଉଛି। ରଥଯାତ୍ରା କିପରି ହେବ, ରଥ କିଏ ଟାଣିବ? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନକୁ ଆସୁଛି। ଏହା ମଧ୍ୟରେ ରଥ ମେସିନରେ କିମ୍ଵା ହାତୀରେ ଟାଣିବାକୁ ହାଇକୋର୍ଟ କହିଥିବା ବେଳେ ମେସିନରେ ରଥ ଟାଣିବାକୁ ବିରୋଧ କରିଛନ୍ତି ସେବାୟତ।

ଅନ୍ୟପକ୍ଷରେ ଏଥର ରଥଯାତ୍ରା ନକରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। କରୋନା ମହାମାରୀ ଯୋଗୁଁ ରଥଯାତ୍ରା ବନ୍ଦ କରିବାକୁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଏହି ଆବେଦନ କରାଯାଇଥିଲା।

Comment