ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅଭିଯୁକ୍ତଙ୍କୁ ଗିରଫ କର, ନହେଲେ କଲମ ଛାଡ଼
  • ରାଜ୍ୟ ଓଏଏସ୍ ସଂଘର ସମର୍ଥନ
  • ଏସ୍ ପି କହିଲେ ପୋଲିସ୍ ଉପରେ ବିଶ୍ୱାସ ରଖିବା ଉଚିତ

ଦଶପଲ୍ଲା ପୂର୍ବତନ ବିଡିଓ ଦେବୀ ପ୍ରସାଦ ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ ଘଟଣାରେ ପୋଲିସ୍ ଓ ପ୍ରଶାସନିକ (ଓଏଏସ୍) ଅଧିକାରୀଙ୍କ ମଧ୍ୟରେ ଏକପ୍ରକାର ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଆକ୍ରମଣ ଉଦ୍ୟମ ଘଟଣା ପ୍ରତିବାଦରେ ଜିଲ୍ଲା ଓଏଏସ୍ ଅଧିକାରୀମାନେ ଆଜିଠାରୁ କଳାବ୍ୟାଚ ପରିଧାନ କରି ଅଫସ୍ ଆସିଛନ୍ତି। ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏପରିକି ଜିଲ୍ଲାର ସମସ୍ତ ଓଏଏସ୍ ଅଧିକାରୀ ଏଥିରେ ସାମିଲ ହୋଇଥିବା ଦେଖାଯାଇଛି।

ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଓଏଏସ୍ ସଂଘ ସଭାପତି ବିଧାନ ଚନ୍ଦ୍ର ରାୟ।

ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଏସ୍ ପିଙ୍କ ସହ ଆଲୋଚନ ହୋଇଛି। ୪୮ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ କଲମଛାଡ଼ ଓ ପରବର୍ତ୍ତି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଓଏଏସ୍ ସଂଘ ସଭାପତି ବିଧାନ ଚନ୍ଦ୍ର ରାୟ କହିଛନ୍ତି।

ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତ।

‘‘ପୂର୍ବତନ ବିଡିଓଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ଆମ କାର୍ଯ୍ୟପନ୍ଥାକୁ ରାଜ୍ୟ ଓଏଏସ୍ ସଂଘ ସମର୍ଥନ କରିଛି। ରାଜ୍ୟ ସଂଘର କର୍ମକର୍ତ୍ତା ଆମ ସହିତ ଖୁବଶିଘ୍ର ଆଲୋଚନା କରିଛନ୍ତି। ଜିଲ୍ଲାପାଳଙ୍କ ସହିତ ଆଲୋଚନା ବେଳେ ତାଙ୍କର ସହାନୁଭୂତି ମିଳିଛି’’, ଏହା କହିଛନ୍ତି ଏଡିଏମ୍ ବିଧାନ ଚନ୍ଦ୍ର ରାୟ।

ଜିଲ୍ଲା ଏସ୍ ପି ପ୍ରତ୍ୟୁଷ ଦିବାକର।

ଆଇନକୁ ହାତକୁ ନେଲେ ଦଣ୍ଡିତ ହେବାକୁ ପଡ଼ିଥାଏ। ଏଥିରେ କାହାର ସନ୍ଦେହ ରହିବା ଉଚିତ ନୁହେଁ। ପୋଲିସ୍ ଏନେଇ କାମ କରୁଛି। ଅବଶ୍ୟକ ପଡ଼ିଲେ ଘଟଣାର ତଦନ୍ତ ଭାର ଡିଏସ୍‌ପିସ୍ତରୀୟ ଅଧିକାରୀଙ୍କୁ ଦିଆଯାଇ ପାରିବ। ଆମ ଉପରେ ବିଶ୍ୱାସ ରଖିବା ଦରକାର’’, କହିଛନ୍ତି ଜିଲ୍ଲା ଏସ୍ ପି ପ୍ରତ୍ୟୁଷ ଦିବାକର।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ଚାପରେ ରହିଛି। ସେପଟେ ପୋଲିସ୍ କାର୍ଯ୍ୟ ଉପରେ ମଧ୍ୟ ଜିଲ୍ଲା ଓଏଏସ୍ ସଂଘ ପୂରା ନଜର ରଖିଛି।

Comment