ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରରେ ପହଞ୍ଚିଲା ଦୁଇ ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର। ସ୍ଵତନ୍ତ୍ର ବିମାନ ଯୋଗେ ଦୁଇ ସହିଦଙ୍କ ମର ଶରୀରକୁ ଭୁବନେଶ୍ଵର ଅଣାଯାଇଛି। ଶେଷ ସମ୍ମାନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରେ ଉପସ୍ଥିତି ଅଛନ୍ତି।

ଏହାସହ ୩ ସେନାବାହିନୀ, ପୋଲିସ ଓ ପ୍ରମୁଖ ରାଜନେତା ଉପସ୍ଥିତ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବିମାନବନ୍ଦରରେ ପହଞ୍ଚି ୨ ଜଣ ସହିଦ ଓଡ଼ିଆ ଯବାନଙ୍କୁ ଶେଷଥର ପାଇଁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଗଲଓ୍ଵାନଘାଟିରେ ଚୀନ-ଭାରତ ସଂଘର୍ଷରେ ସହିଦ ହୋଇଥିଲେ ୨୦ ଜଣ ଭାରତୀୟ ଯବାନ। ସେଥିମଧ୍ୟରୁ ୨ ଜଣ ଓଡ଼ିଆ ଯବାନ ରହିଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ବିଜତଳ ବ୍ଲକ ଚମ୍ପାରଦା ଗାଁର ନନ୍ଦୁରାମ ସୋରେନ ଓ ଅନ୍ୟ ଜଣେ କଳାହାଣ୍ଡି ଜିଲ୍ଲା ରାଇକିଆ ବ୍ଲକର ଚନ୍ଦ୍ରକାନ୍ତ ପ୍ରଧାନ।

ବର୍ତ୍ତମାନ ଭୁବନେଶ୍ଵରରେ ଶ୍ରଦ୍ଧାଞ୍ଜଳି ପରେ ପାର୍ଥିବା ଶରୀରକୁ ଜନ୍ମମାଟିକୁ ନିଆଯିବ। ସେଠାରେ ଅଞ୍ଚଳବାସୀ ସହିଦଙ୍କୁ ଶେଷ ସ୍ରଦ୍ଧାଞ୍ଜଳି ଦେବେ।

Comment