ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରାକୁ ବନ୍ଦ ହେବାକୁ ନେଇ କାନ୍ଦି ପକାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ଶୁକ୍ରବାର ଗଣମାଧ୍ୟମକୁ ରଥଯାତ୍ରା ବନ୍ଦ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଉଥିଲାବେଳେ ସୁରଙ୍କ ଆଖି ଛଳ ଛଳ ହୋଇଯାଇଥିବା ଦେଖିବାକୁ ମିଳିଛି।

ସୁର ରାଉତରାୟ କହିଛନ୍ତି, “ସୁପ୍ରିମକୋର୍ଟଙ୍କ ବିଚାରପତିଙ୍କୁ ଜଗନ୍ନାଥ କ୍ଷମା କରିବେନି। ଏ ରଥକୁ ଦେଖିବାକୁ ସାରା ବିଶ୍ୱରୁ ଆଉ ରାଜ୍ୟରୁ ଲୋକ ଆସିଥାନ୍ତି। ଏ ରଥ ସାଧାରଣ ରଥ ନୁହେଁ, ଏହାକୁ ବନ୍ଦ କରି ସବୁ ବର୍ବାଦ କରିଦେଲ।”

ଏଥିସହ ସୁପ୍ରିମକୋର୍ଟ ଜରିଆରେ ରଥଯାତ୍ରାକୁ ବନ୍ଦ କରି ରାଜ୍ୟ ସରକାର ଅନ୍ୟାୟ କରିଛନ୍ତି। ଏଥିପାଇଁ ଜଗନ୍ନାଥ ତାଙ୍କୁ କ୍ଷମା କରିବେନି ବୋଲି ସେ କହିଛନ୍ତି।

ଅନ୍ୟପଟେ ରଥଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ବଦଳରେ କେବଳ ସେବାୟତ ଓ ପୋଲିସ୍ ଭାଇମାନଙ୍କୁ ନେଇ ରଥଯାତ୍ରା ଆୟୋଜନ କରିବା ସହିତ କଟକଣାମୁକ୍ତ ରଥଯାତ୍ରା ଆୟୋଜନ କରିବାକୁ ସେ ଅନୁରୋଧ କରିଛନ୍ତି। ଏନେଇ ତୁରନ୍ତ ନିଷ୍ପତ୍ତି ନେବାକୁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି।

କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଗତକାଲି ସୁପ୍ରିମକୋର୍ଟ ପୁରୀ ରଥଯାତ୍ରାକୁ ବନ୍ଦ କରିବାକୁ ରାୟ ଶୁଣାଇଛନ୍ତି। ଯାହାକୁ ଅନେକ ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହାଦ୍ୱାରା ବର୍ଷ ବର୍ଷ ତଳର ଜଗନ୍ନାଥ ସଂସ୍କୃତି ନଷ୍ଟ ହେବ ବୋଲି କୁହାଯାଉଛି।

Comment