ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କଲେ ସାଂସଦ
  • ଜିଲ୍ଲାର ସ୍ୱାସ୍ଥ୍ୟ, ପୋଲିସ ଓ ପରିମଳ କର୍ମଚାରୀ ସମ୍ମାନିତ
  • ଜିଲ୍ଲାପାଳ କହିଲେ ଲୋକଙ୍କ କଲ୍ୟାଣ ପାଇଁ ମିଳିମିଶି କାମ କରିବା

ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନିତ କଲେ ସାଂସଦ ଜୁଏଲ ଓରାମ। କରୋନା ସଂକ୍ରମଣ ସମୟରେ ଗତ ତିନିମାସ ଧରି ଏହି ଯୋଦ୍ଧାମାନେ ନିରନ୍ତର ଭାବେ ନିଜର ସେବା ଜାରି ରଖିଥିବାରୁ ସାଂସଦ ସେମାନଙ୍କୁ ସମ୍ମାନିତ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ, ପୋଲିସ, ପରିମଳ ବିଭାଗରେ କାର୍ଯ୍ୟ କରୁଥିବା ଏହି କୋଭିଡ୍ ଯୋଦ୍ଧାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଯେଉଁଥିରେ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେଙ୍କ ସହିତ ଜିଲ୍ଲାର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଏଡିଏମ୍, ସିଡିଏମଓ ଏବଂ ପିଡି ଡିଆରଡିଏ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ଜୁଏଲ ଓରାମ ଜିଲ୍ଲାର କୋଭିଡ୍ ଯୋଦ୍ଧାମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ।ସେହିପରି କୋଭିଡ୍ ମହାମାରୀର ସଙ୍କଟ ମଧ୍ୟରେ ଏହି ଯୋଦ୍ଧମାନଙ୍କର ସହଯୋଗ ପାଇଁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲାର ପ୍ରତ୍ୟେକଟି ସ୍ୱାସ୍ଥ୍ୟ କର୍ମୀ, ପୋଲିସ କର୍ମୀ ଓ ପରିମଳ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ସେ ନିଜର ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଏହା ଏକ ଯୁଦ୍ଧର ଆରମ୍ଭ ବୋଲି କହିବା ସହିତ ଆଗକୁ ଲୋକଙ୍କ କଲ୍ୟାଣ ପାଇଁ ସମସ୍ତେ ସାଙ୍ଗ ହୋଇ ଏହାର ମୁକାବିଲା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

Comment