ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ଅନିଦ୍ରା କିମ୍ବା କୌଣସି ସ୍ଵାସ୍ଥ୍ୟଗତ ସମସ୍ୟା ରହିଲେ ଆଖି ତଳେ କଳା ଦାଗ ପଡ଼ିଥାଏ। କିନ୍ତୁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନ ଥାଇ ବି ଆଖି ତଳେ କଳା ଦାଗ ପଡ଼ିଲେ ତାହା ଶରୀରରେ ପୋଷକ ତତ୍ଵ ଅଭାବର ସଙ୍କେତ। ଆସନ୍ତୁ ଜାଣିବା, କେଉଁ ପୋଷକ ତତ୍ଵର ଅଭାବ ଯୋଗୁଁ ଆଖି ତଳ କଳା ପଡ଼େ।

ଆଇରନ: ଶରୀରରେ ଆଇରନ୍‌ର ଅଭାବ ହେଲେ ମୁହଁର କୋଷିକାଗୁଡ଼ିକୁ ଠିକ୍ ଭାବେ ଅମ୍ଲଜାନ ମିଳିପାରେ ନାହିଁ। ଫଳରେ ଆଖି ତଳ କଳା ପଡ଼ିଥାଏ।

ଭିଟାମିନ୍-ସି: ଭିଟାମିନ୍-ସିର ଅଭାବ ଥଣ୍ଡା, କାଶ ହେବା ସହିତ ଆଖି ତଳେ କଳା ଦାଗ ପଡ଼ିବାର କାରଣ ବି ହୋଇଥାଏ। ରକ୍ତ କୋଷିକା ଏବଂ ଆଖି ପାଖର ତ୍ୱଚାକୁ ସୁସ୍ଥ ରଖେ ଭିଟାମିନ୍-ସି।

ଭିଟାମିନ୍-ଏ: ଭିଟାମିନ୍-ଏ ଗୋଟିଏ ଭଲ ଆଣ୍ଟି-ଏଜିଙ୍ଗ୍ ଓ ଆଣ୍ଟି ଅକ୍ସିଡେଣ୍ଟ୍ ଭାବେ କାମ କରେ। ବୟସ ବଢ଼ିଲେ ମୁହଁରେ ଦେଖାଯାଉଥିବା ବୟସ ଛାପକୁ କମ୍ କରେ ଭିଟାମିନ୍‌-ଏ।

ଭିଟାମିନ୍-କେ: ତ୍ୱଚାକୁ ସୁସ୍ଥ ରଖିବା ପାଇଁ ସବୁଠାରୁ ଅଧିକ ଦରକାରୀ ପୋଷକ ତତ୍ୱ ହେଲା ଭିଟାମିନ୍-କେ। ଏହାର ଅଭାବ ତ୍ୱଚା ନଷ୍ଟ କରିଦେବା ସହିତ ଆଖି ତଳେ କଳା ଦାଗ ପକାଇଥାଏ।

ପୋଷକ ତତ୍ୱ ଅଭାବ ପୂରଣ କରିବା ପାଇଁ କେଉଁ ଖାଦ୍ୟ ଖାଇବେ

ଶରୀରରେ ଆଇରନ୍ ଅଭାବ ପୂରଣ କରିବା ପାଇଁ ଶାଗ, ପାଳଙ୍ଗ, ଶସ୍ୟଜାତୀୟ ଖାଦ୍ୟ, ବ୍ରାଉନ୍ ରାଇସ୍, ଗହମ, କାଜୁ, କିସ୍‌ମିସ୍‌ ଆଦି ଖାଆନ୍ତୁ।

ଭିଟାମିନ୍-ସି ପାଇଁ ଲେମ୍ବୁ, କମଳା ଆଦି ସାଇଟ୍ରିକ୍ ଏସିଡ୍‌ ଥିବା ଖାଦ୍ୟ, ଟମାଟ, ପାଳଙ୍ଗ, ଫୁଲକୋବି, ବ୍ରୋକୋଲି ଖାଆନ୍ତୁ।

ଭିଟାମିନ୍-ଏ ଅଭାବ ହେଲେ ଖାଦ୍ୟରେ ଘିଅ, ବଟର, ଅମୃତଭଣ୍ଡା, ତରଭୂଜ ଆଦି ଫଳ ଓ ପନିପରିବା ସାମିଲ କରନ୍ତୁ୧

ଭିଟାମିନ୍-କେ ଅଭାବ ପୂରଣ କରିବା ପାଇଁ ଶାଗ, ପାଳଙ୍ଗ, ଫୁଲକୋବି, ବ୍ରୋକୋଲି, ପତ୍ରକୋବି, ମାଛ, ମାଂସ, ଅଣ୍ଡା ଖାଆନ୍ତୁ।

Comment