ଓଡ଼ିଶାଲାଇଭ ବ୍ୟୁରୋ

ମୌସୁମୀ ଆସିବା କ୍ଷଣି ଅଧିକାଂଶ ଲୋକ ଖୁସିରେ ନାଚି ଉଠନ୍ତି। କାରଣ ଅନେକ ଲୋକଙ୍କୁ ବର୍ଷାରେ ଭିଜିବାକୁ ଭଲ ଲାଗେ। ହେଲେ ବର୍ଷାଦିନେ ଅଧିକ ରୋଗ ହେବାର ଆଶଙ୍କ ମଧ୍ୟ ଥାଏ। ତେଣୁ ଏନେଇ ଚିନ୍ତା ହୋଇଥାଏ। କିନ୍ତୁ ଏମିତି କିଛି ଉପାୟ ଅଛି ଯାହାଦ୍ୱାରା ଆପଣ ବର୍ଷାଜନିତ ରୋଗରୁ ମୁକ୍ତି ପାଇ ପାରିବେ। ବର୍ଷାର ଆନନ୍ଦ ମଧ୍ୟ ନେଇ ପାରିବେ।

  • ବର୍ଷା ଦିନରେ ଖାଦ୍ୟ ପାନୀୟ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ବର୍ଷା ଦିନେ ହାଲକା ଖାଇବା ଭଲ। ଏହି ଦିନରେ ବେସନ ଓ ମଇଦାରେ ପ୍ରସ୍ତୁତ ଖାଦ୍ୟ ଖାଇବା ଭଲ। ଏହା ଶରୀରରେ ପାଚନ କ୍ରିୟା ଠିକ କରିଥାଏ।
  • ବର୍ଷାଦିନେ ରୋଗ ସହ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ମଜବୁତ ରହିବା ଦରକାର। ସେଥିପାଇଁ ଖାଦ୍ୟରେ ପିଆଜ, ଅଦା, ହଳଦୀ, ମେଥୀ ଆଦି ସାମିଲ କରିପାରିବେ।
  • ବର୍ଷାଦିନେ ଆପଣ ଫଳ ଅଧିକ ଖାଇ ପାରିବେ। ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ।
  • ବର୍ଷାଦିନେ ସବୁଠୁ ଅଧିକ ଗ୍ୟାସ ସମସ୍ୟା ହୋଇଥାଏ। ସେଥିପାଇଁ ରାସ୍ତାକଡ଼ ଖାଇବାଠୁ ଦୂରେଇ ରହିପାରିବେ। ଏହି ଖାଦ୍ୟ ଖାଇବା ଦ୍ୱାରା ପେଟରେ ସଂକ୍ରମଣ ହେବାର ସମ୍ଭାବନା ହୋଇଥାଏ। ପେଟରେ ଯନ୍ତ୍ରଣା ହୋଇଥାଏ।
  • ବର୍ଷାଦିନେ ଉଷୁମ ପାଣି ପିଇବା ଭଲ। ଉଷୁମ ପାଣି ପିଇବା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ।

Comment