ଓଡ଼ିଶାଲାଇଭ୍‌ ବ୍ୟୁରୋ

କେବଳ ପୁରୀ ରଥଯାତ୍ରାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ଜାଣନ୍ତୁ ସର୍ତ୍ତାବଳୀରେ କ’ଣ ଅଛି?

  • କୋଭିଡ୍‌ କଟକଣା ଭିତରେ ହେବ ରଥଯାତ୍ରା।
  • ପୁରୀ ସହରରେ କର୍ଫ୍ୟୁ ଲଗାଯିବ।
  • ରଥଟଣା ବେଳେ ବି କର୍ଫ୍ୟୁ ରହିବ।
  • ଗୋଟିଏ ରଥକୁ ୫୦୦ ଜଣ ସେବାୟତ ଟାଣିପାରିବେ।
  • ରଥଟଣାରେ ନିୟୋଜିତ ସେବାୟତଙ୍କର କରୋନା ଟେଷ୍ଟ କରାଯିବ।
  • ରିପୋର୍ଟ ନେଗେଟିଭ୍‌ ଆସିଥିବା ସେବାୟତ ରଥଟଣାରେ ସାମିଲ ହେବେ।
  • ରଥଯାତ୍ରାର ଅନ୍ୟ ନୀତିକାନ୍ତି ସହ ଜଡ଼ିତ ସେବାୟତଙ୍କର କରୋନା ପରୀକ୍ଷା କରାଯିବ।
  • ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ଏଥିପାଇଁ ଉତ୍ତରଦାୟୀ ରହିବେ।
  • ପରମ୍ପରା ସହ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରଥଯାତ୍ରା କରାଯିବ।
  • ସ୍ୱାସ୍ଥ୍ୟ ସମସ୍ୟା ସହ କୌଣସି ସାଲିସ୍‌ କରାଯିବ ନାହିଁ।
  • ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ରାଜ୍ୟ ସରକାର ରଥଯାତ୍ରା ବନ୍ଦ କରିପାରିବେ।
  • ରଥ ଉପରେ ୧୦ ଜଣ ସେବାୟତ ରହିପାରିବେ।
  • ଦୁଇଟି ରଥଟଣା ଭିତରେ ୧ ଘଣ୍ଟାର ବ୍ୟବଧାନ ରହିବ।
  • ରଥଯାତ୍ରାର ସିଧାପ୍ରସାରଣ ଟିଭରେ ହୋଇପାରିବ। ଏଥିପାଇଁ ରାଜ୍ୟ ସରକାର ଅନୁମତି ଦେବେ।
  • ଗରମାଧ୍ୟମ ବିନାମୂଲ୍ୟରେ ସିଧାପ୍ରସାରଣ କରିବେ।
  • ରଥଯାତ୍ରାରେ ସାମିଲ ହେଉଥିବା ସମସ୍ତ ବ୍ୟକ୍ତିଙ୍କର ତଥ୍ୟ ରଖିବେ ସରକାର।
  • ପୁରୀକୁ ରେଳ, ବସ୍‌, ବିମାନ ଚଳାଚଳ ବନ୍ଦ ରହିବ।
  • କେନ୍ଦ୍ର ଓ ଶ୍ରୀମନ୍ଦିର ପରିଚାଳନା କମିଟି ସହ ସମନ୍ୱୟ ରକ୍ଷା କରି ରଥଯାତ୍ରା କରନ୍ତୁ ରାଜ୍ୟ ସରକାର।

Comment