ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଜିଲ୍ଲାରୁ ଆଜି ସନ୍ଧ୍ୟା ୭ଟା ପରଠୁ କର୍ଫ୍ୟୁ ହଟିବ। ଏନେଇ ସୂଚନାଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ। ଗୁଣ୍ଡିଚା ମନ୍ଦିରରେ ତିନି ରଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଲାଗି ଯାଇଥିବାରୁ ଜିଲ୍ଲାରୁ କର୍ଫ୍ୟୁ ହଟାଇବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

କେବଳ ପୁରୀ ସହରର କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ବଡ଼ଶଙ୍ଖଠାରୁ ମାଟିଆପଡ଼ା ଗୋଲେଇ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏହାସହ ଗୁଣ୍ଡିଚା ମନ୍ଦିର ନିକଟରେ ବି କର୍ଫ୍ୟୁ ବଳବତ୍ତର ରହିବ।

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀ ଜିଲ୍ଲାରେ କର୍ଫ୍ୟୁ ଲଗାଯାଇଥିଲା।

Comment