ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା। ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ବହୁ ଛାତ୍ର ଏବଂ ଯୁବ ନେତା କଂଗ୍ରେସ ଭବନକୁ ଆସି ନବ ନିଯୁକ୍ତ ଯୁବ କଂଗ୍ରେସ ସଭାପତି ଡକ୍ଟର ଲେଙ୍କାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସ୍ମୃତିରଞ୍ଜନ ଶହ ଶହ ସମର୍ଥକଙ୍କ ଗହଣରେ କଂଗ୍ରେସ ଭବନକୁ ଆସିଥିଲେ। ପ୍ରଥମେ ସେ କଂଗ୍ରେସ ଭବନ ପରିସରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସେ ନିଜ ଦାୟିତ୍ୱ ଗ୍ରହଣ କରିଥିଲେ। କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସମେତ ବହୁ ବରିଷ୍ଠ ନେତା ସ୍ମୃତିରଞ୍ଜନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

‘‘ରାଜ୍ୟରେ ଯୁବ କଂଗ୍ରେସକୁ ସଙ୍ଗଠିତ କରାଯିବ। ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରାଯିବ। ବିଜେଡି, ବିଜେପି ସରକାରର ଅସଲ ମୁଖା ଖୋଲିଦିଆଯିବ’’, କହିଛନ୍ତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କା।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅଖିଳ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ବି ଭି ଶ୍ରୀନିବାସନ, ଅଖିଳ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ବି.ଭି ଶ୍ରୀନିବାସନ, ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରଭାରୀ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ଯୁଗ୍ମ ସମ୍ପାଦକ କ୍ରିଷ୍ଟା ଆଲାବାରୁ, ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ତଥା ଗୁଜରାଟ ପ୍ରଭାରୀ ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି, ଯୁବ କଂଗ୍ରେସ ରାଜ୍ୟ ପ୍ରଭାରୀ ପ୍ରତିଭା ରଘୁବଂଶୀ, ରିଆଜୁଲ୍ ଅନ୍‌ସାରୀଙ୍କ ସମେତ ରାଜ୍ୟର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଓ ଯୁବ କଂଗ୍ରେସର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ମୃତିରଞ୍ଜନ।

Comment