ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ପୁରୀ ଗଜପତିଙ୍କ ଛେରାପହଁରା। ଆଜି ଏହି ନୀତି ସମାପନ କରିବାକୁ ରାଜନଅରରୁ ଆସିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ତାମଯାନରେ ବସି ଗଜପତି ରଥପାଖକୁ ଆସିଛନ୍ତି।

ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ଏହାପରେ ଯାଇ ରଥଟଣା ଆରମ୍ଭ ହେବ।ଚଳିତ ବର୍ଷ ଗଜପତି ରଥଯାତ୍ରାରେ ଛେରାପହଁରା କରିବେ କି ନାହିଁ ତାକୁ ନେଇ ଆଶଙ୍କା ଦେଖିଦେଇଥିଲା। ହେଲେ ଶେଷରେ ଗଜପତି ଛେରାପହଁରା କରିବାକୁ ଆସିଛନ୍ତି।

ସ୍ନାନଯାତ୍ରା ସମୟରେ କୋଭିଡ୍ ନିୟମ ପାଳନ କରିବା ଉଦ୍ଦେଶ୍ୟରେ ଗଜପତି ଛେରାପହଁରା କରିନଥିଲେ। ତାଙ୍କ ବଦଳରେ ଅନୁଗତ ମୁଦିରସ୍ତ ମହାପ୍ରଭୁଙ୍କ ପାଖରେ ଛେରାପହଁରା କରିଥିଲେ। ହେଲେ ରଥଯାତ୍ରାରେ କିନ୍ତୁ ଗଜପତି ଛେରପହଁରା ନୀତି କରିବେ।

Comment