ଓଡ଼ିଶାଲାଇଭ୍ ବ୍ୟୁରୋ

ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପରେ କାଳିଆ ଠାକୁର ମଧ୍ୟ ଆସି ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି। ନନ୍ଦିଘୋଷ ରଥକୁ ସେବାୟତମାନେ ବଡ଼ ଆନନ୍ଦର ସହକାରେ ଟାଣିନେଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଦେଇଛନ୍ତି।

ଗୁଣ୍ଡିଚା ମନ୍ଦିରର ଶରଧା ବାଲିରେ ତିନି ରଥ ଶୋଭାପାଉଛି। କୋଭିଡ୍ କଟକଣା କାରଣରୁ ଘଣ୍ଟ ଘଣ୍ଟାର ଶବ୍ଦ କମ ଥିଲେ ମଧ୍ୟ ସେବାୟତମାନେ ନିଜ ପ୍ରଭୁଙ୍କୁ ନେଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଯାଇଛନ୍ତି।ଆଜି କୋଭିଡ୍ କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରାଯାଉଛି। ଯେଉଁଥିରେ ଭକ୍ତମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ମିଳିନାହିଁ। କେବଳ ସେବାୟତମାନଙ୍କୁ ନେଇ ମହାପ୍ରଭୁ ନିଜର ନବଦିନାତ୍ମକ ଯାତ୍ରା ଆରମ୍ଭ କରିଛନ୍ତି।

ଆଜି ଧାର୍ଯ୍ୟ ସମୟ ଅନୁଯାୟୀ ସକାଳ ୭ଟାରୁ ପହଣ୍ଡି ହୋଇଥିଲା। ଦିନ ୧୦ଟା ସୁଦ୍ଧା ଚତୁର୍ଦ୍ଧିମୂର୍ତ୍ତି ରଥରେ ବିଜେ କରିସାରିଥିଲେ। ଏହାପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସି ରଥରେ ଛେରାପହଁରା କରିଥିଲେ। ଏହାପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବା ସହ ରଥଟଣା ଆରମ୍ଭ ହୋଇଥିଲା।

Comment