ଓଡ଼ିଶାଲାଇଭ୍‌ ବ୍ୟୁରୋ

ପବିତ୍ର ଗୁଣ୍ଡିଚା ଯାତ୍ରା ଅବସରରେ ବିଶ୍ୱର ବିଭିନ୍ନ ସ୍ଥାନରେ ଟଣା ହୁଏ ରଥ। ଏଥର କିନ୍ତୁ କରୋନା ପାଇଁ ସବୁଠି ରଥଯାତ୍ରା ବନ୍ଦ। କେବଳ ପୁରୀରେ ରଥଯାତ୍ରାକୁ ଅନୁମତି ମିଳିଛି। ପୁରୀ ଛଡ଼ା ଗୁଜୁରାଟର ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରା ହେଉଛି। କିନ୍ତୁ ମନ୍ଦିର ପରିସର ଭିତରେ ହିଁ ଏହି ରଥ ଟଣା ହେବ। ପ୍ରଭୁ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୁରୋହିତ ମହନ୍ତ ଦିଲୀପ ଦାସୀ ମହାରାଜ କହିଛନ୍ତି ଯେ ୧୪୩ ତମ ରଥ ଯାତ୍ରାକୁ ସାଧାରଣ ମାର୍ଗରେ ନିଆଯିବ ନାହିଁ। ସୀମିତ ସେବାୟତ ହିଁ ରଥଟଣାରେ କାର୍ଯ୍ୟରେ ସାମିଲ ହେବେ।

କରୋନା ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ଗୁଜୁରାଟ ହାଇକୋର୍ଟ ରଥ ଯାତ୍ରା ଉପରେ ରୋକ ଲଗାଇଥିଲେ। ଏହାପରେ କେବଳ ବିଧି ରକ୍ଷା ପାଇଁ ରଥ ଯାତ୍ରାକୁ ଏକ ଛୋଟ ସ୍ତରରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ମନ୍ଦିର ପରିସରରେ ସମସ୍ତ ରୀତିନୀତି ଭିତରେ ରଥଯାତ୍ରା ହେଉଛି।

ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିଛନ୍ତି। ସେବାୟତମାନେ ହାଇକୋର୍ଟଙ୍କ ଅନୁମତି ମାନି ଶୃଙ୍ଖଳିତ ଭାବେ ରଥଯାତ୍ରାର ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

Comment