ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଭୁ ସୁଦର୍ଶନ ରଥରେ ବିଜେ କରିବା ପରେ ଏବେ ବଡ଼ଠାକୁର ବଳଭଦ୍ରଙ୍କୁ ପହଣ୍ଡିରେ ଅଣାଯାଇଛି। ସୁନ୍ଦର ଟାହିଆକୁ ମସ୍ତକରେ ଧାରଣ କରି ବଡ଼ଠାକୁର ପହଣ୍ଡିରେ ଆସିଛନ୍ତି। ସେବାୟତମାନେ ଶ୍ରୀମନ୍ଦିର ଭିତରୁ ମହାପ୍ରଭୁଙ୍କୁ ଆଣି ରଥରେ ଉପରେ ବିଜେ କରାଉଛନ୍ତି। ଦିନ ୧୦ଟା ସୁଦ୍ଧା ତିନି ଠାକୁର ଆସି ରଥରେ ବିଜେ କରିବେ ବୋଲି ଜଣାପଡ଼ିଛି।ଦିନ ୧୦ଟା ସୁଦ୍ଧା ମହାପ୍ରଭୁଙ୍କ ପହଣ୍ଡି ଶେଷ ହୋଇ ମଦନମୋହନ ବିଜେ, ଚିତା ଲାଗି ଓ ବେଶ ଶେଷ କରାଯିବ। ଏହାପରେ ଦିନ ୧୧.୩୦ଟାରୁ ୧୧.୪୫ ଭିତରେ ଛେରାପହଁରା ନୀତି ସମ୍ପନ୍ନ କରାଯିବ। ଶେଷରେ ଦିନ ୧୨ଟା ସୁଦ୍ଧା ରଥଟଣା ଆରମ୍ଭ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି।

ଚଳିତବର୍ଷ କରୋନା କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଉଛି। ପୂରା ପୁରୀ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରାଯାଇ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କରାଯାଉଛି। ତେଣୁ ଏଥର ପୁରୀରେ ଭକ୍ତମାନେ ନିଜ ଭଗବାନଙ୍କୁ ସିଧାସଳଖ ଦର୍ଶନ କରିପାରୁନାହାନ୍ତି।

Comment