ଓଡ଼ିଶାଲାଇଭ୍ ବ୍ୟୁରୋ

ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥ ଉପରେ ଛେରାପହଁରା କରିସାରିଛନ୍ତି। ବର୍ତ୍ତମାନ ରଥରେ ଘୋଡ଼ାମାନଙ୍କୁ ଯୋଚା ଯାଉଛି। ଏହାପରେ ଖୁବଶୀଘ୍ର ରଥଟଣା ଆରମ୍ଭ ହେବ।

ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଚାରୋଟି କାଳିଆ ଘୋଡ଼ାକୁ ଯୋଚାଯାଇଛି। ସେହିପରି ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥରେ ମଧ୍ୟ ଖୁବଶୀଘ୍ର ଘୋଡ଼ାକୁ ସଂଯୋଗ କରାଯିବ।ଏହାପରେ ଯାଇ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହେବ। ଦିନ ୧୨ଟା ସୁଦ୍ଧା ରଥଟଣା ଆରମ୍ଭ ହେବ ବୋଲି କୁହାଯାଉଛି। ସବୁ ନୀତି ଧାର୍ଯ୍ୟ ସମୟରେ ହେଉଥିବାରୁ ରଥଟଣା ମଧ୍ୟ ଠିକ୍ ସମୟରେ ହେବ ବୋଲି କୁହାଯାଉଛି।

ଚଳିତବର୍ଷ କରୋନା କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଉଛି। ପୂରା ପୁରୀ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରାଯାଇ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କରାଯାଉଛି। ତେଣୁ ଏଥର ପୁରୀରେ ଭକ୍ତମାନେ ନିଜ ଭଗବାନଙ୍କୁ ସିଧାସଳଖ ଦର୍ଶନ କରିପାରୁନାହାନ୍ତି। ଟେଲିଭିଜନ ଓ ଡିଜିଟାଲ ମିଡିଆରେ ପୁରୀ ରଥଯାତ୍ରାର ସିଧାପ୍ରସାରଣ କରାଯାଉଛି।

Comment