ଓଡ଼ିଶାଲାଇଭ୍‌ ବ୍ୟୁରୋ

“ବଡ଼ଦାଣ୍ଡ ଧୂଳି ଉଡ଼ାଇ ଉଡ଼ାଇ ନନ୍ଦିଘୋଷ ଗଡ଼ି ଯା…ରେ
କାଳିଆ ବାଟକୁ ଅନେଇ ଅନେଇ ରହିଛି ମାଉସୀ ମା’ରେ…”

ତିନି ରଥରେ ବିଜେ କରି ତିନି ଠାକୁର ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। କିନ୍ତୁ ଏହି ରଥରେ ଆଉ ତିନି ଦିଅଁ ମଧ୍ୟ ବିରାଜମାନ କରିଥାନ୍ତି। ତେବେ ଏହି ତିନି ରଥରେ ଛଅ ଠାକୁର କିଏ ଜାଣନ୍ତୁ।

 ନନ୍ଦିଘୋଷ

ଏହି ରଥକୁ ଗରୁଡ଼ଧ୍ୱଜ ବା କପିଳଧ୍ୱଜ ବୋଲି ମଧ୍ୟ କୁହାଯାଏ। ଶ୍ରୀ ଜଗନ୍ନାଥ ଏହି ରଥରେ ମଦନମୋହନଙ୍କ ସହ ଯାତ୍ରା କରିଥାଆନ୍ତି। ଗରୁଡ଼ ଏହି ରଥକୁ ଜଗୁଥିବା ବେଳେ ଦାରୁକ ସାରଥି ଭାବେ ରହିଥାଆନ୍ତି। ତ୍ରୈଲୋକ୍ୟମୋହିନୀ ହେଉଛନ୍ତି ଏହି ରଥର ପତାକା। ଶଙ୍ଖଚୂଡ଼ ନାଗୁଣୀ ଏହି ରଥର ଦଉଡ଼ି ସାଜିଛନ୍ତି। ବରାହ, ନୃସିଂହ, ଗୋପୀକୃଷ୍ଣ, ଗୋବର୍ଧନ, ରାମ, ନାରାୟଣ, ତ୍ରିବିକ୍ରମ, ହନୁମାନ ଓ ରୁଦ୍ର ହେଉଛନ୍ତି ଏ ରଥର ନବ ଦେବତା। ଏହି ରଥ ବଡ଼ଦାଣ୍ଡରେ ସର୍ବ ଶେଷରେ ଯାତ୍ରା କରିଥାଏ।

ତାଳଧ୍ୱଜ

ଏହି ରଥକୁ ଲଙ୍ଗଳଧ୍ୱଜ ବୋଲି ମଧ୍ୟ କୁହାଯାଏ। ଶ୍ରୀ ବଳଭଦ୍ର ଏହି ରଥରେ ରାମକୃଷ୍ଣଙ୍କ ସହ ଯାତ୍ରା କରିଥାଆନ୍ତି। ବସୁଦେବ ଏହି ରଥକୁ ଜଗୁଥିବା ବେଳେ ମାତଳି ସାରଥି ଭାବେ ରହିଥାଆନ୍ତି। ଉନ୍ନନୀ ହେଉଛନ୍ତି ଏହି ରଥର ପତାକା। ବାସୁକୀ ଏହି ରଥର ଦଉଡ଼ି ସାଜିଛନ୍ତି। ଗଣେଶ, କାର୍ତ୍ତିକ, ସର୍ବମଙ୍ଗଳା, ପ୍ରଲମ୍ବରୀ,  ହଟାୟୁଧ, ମୃତ୍ୟୁଞ୍ଜୟ, ନତାମ୍ବର, ମୁକ୍ତେଶ୍ୱର ଓ ଶେଷଦେବ ହେଉଛନ୍ତି ଏ ରଥର ନବ ଦେବତା। ଏହି ରଥ ବଡ଼ଦାଣ୍ଡରେ ସର୍ବ ପ୍ରଥମେ ଯାତ୍ରା କରିଥାଏ।

ଦର୍ପଦଳନ

ଏହି ରଥକୁ ଦେବଦଳନ ଓ ପଦ୍ମଧ୍ୱଜ ବୋଲି ମଧ୍ୟ କୁହାଯାଏ। ଦେବୀ ପାର୍ବତୀ ଏହି ରଥରେ ସୁଦର୍ଶନଙ୍କ ସହ ଯାତ୍ରା କରିଥାଆନ୍ତି। ଜୟଦୁର୍ଗା ଏହି ରଥକୁ ଜଗୁଥିବା ବେଳେ ଅର୍ଜୁନ ସାରଥି ଭାବେ ରହିଥାଆନ୍ତି। ନାଦମ୍ବିକା ହେଉଛନ୍ତି ଏହି ରଥର ପତାକା। ସ୍ୱର୍ଣ୍ଣଚୂଡ଼ ନାଗୁଣୀ ଏହି ରଥର ଦଉଡ଼ି ସାଜିଛନ୍ତି। ଚଣ୍ଡୀ, ଚାମୁଣ୍ଡା, ଉଗ୍ରତାରା, ବନଦୁର୍ଗା, ଶୁଳିଦୁର୍ଗା, ବରାହୀ, ଶ୍ୟାମାକାଳୀ, ମଙ୍ଗଳା ଓ ବିମଳା ହେଉଛନ୍ତି ଏ ରଥର ନବ ଦେବୀ। ଏହି ରଥ ବଡ଼ଦାଣ୍ଡରେ ନନ୍ଦିଘୋଷ ଆଗରେ ଓ ତାଳଧ୍ୱଜ ପଛରେ ଯାତ୍ରା କରିଥାଏ।

Comment