ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବିଶ୍ୱପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଜଗନ୍ନାଥ ୯ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବା ପାଇଁ ସିଂହଦ୍ୱାର ସମ୍ମୁଖରେ ତିନି ରଥ ଅପେକ୍ଷା କରିଛନ୍ତି।

ଭୋର୍‌ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି। ଭୋର୍‌ ୩ଟାରେ ମଙ୍ଗଳ ଆଳତୀ, ୩ଟା୧୫ରେ ମଇଲମ, ୩ଟା୩୦ରେ ତଡପଲାଗି, ୪ଟାରେ ରୋଷହୋମ, ୪ଟା୩୦ରେ ଅବକାଶ, ୪ଟା୪୫ରେ ସୂର୍ଯ୍ୟ ପୂଜା, ୫ଟାରେ ଦ୍ୱାରପାଳ ପୂଜା, ୫ଟା୩୦ରୁ ସକାଳ ୬ଟା୩୦ ଭିତରେ ଗୋପାଳ ବଲ୍ଲଭ ଓ ସକାଳଧୂପ, ସକାଳ ୬ଟା୪୫ରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣଳ ହୋଇଛି।  ୭ଟାରୁ ପହଣ୍ଡି ଆରମ୍ଭ ହେବ।

୧୦ଟାରେ ପହଣ୍ଡି ଶେଷ, ସକାଳ ୧୦ଟାରୁ ସାଢ଼େ ୧୦ଟା ଭିତରେ ମଦନମୋହନ ବିଜେ, ସକାଳ ସାଢ଼େ ୧୦ଟାରୁ ୧୧ଟା ଚିତାଲାଗି, ଦିନ ୧୧ଟାରୁ ସାଢ଼େ ୧୧ଟା ବେଶ ଶେଷ, ସାଢ଼େ ୧୧ଟାରୁ ଛେରାପହଁରା, ଦିନ ୧୧ଟା ୪୫ରୁ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ଏବଂ ଦିନ ୧୨ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ।

ଶୃଙ୍ଖଳିତ ରଥଟଣାକୁ ଦୃଷ୍ଟିରେ ପୁରୀ ଜିଲ୍ଲାରେ ସଟଡାଉନ ଘୋଷଣା ହୋଇଛି। ସୋମବାର ରାତି ୯ଟାରୁ ସଟଡାଉନ ଆରମ୍ଭ ହୋଇଥିଲା ବେଳେ ବୁଧବାର ଦିନ ୨ଟା ଯାଏଁ ସଟଡାଉନ ବଳବତ୍ତର ରହିବ।

ପ୍ରତିବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରାରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଥାଏ। ବିଶ୍ୱର କୋଣ ଅନୁକୋଣରୁ ଭକ୍ତ ରଥ ଟାଣିବାକୁ ଦୌଡ଼ି ଆସିଥାନ୍ତି। ଏଥର କିନ୍ତୁ କରୋନା ପାଇଁ ଏସବୁ କିଛି ହୋଇନାହିଁ। କରୋନା କଟକଣା ଭିତରେ ଶୃଙ୍ଖଳିତ ଭାବେ ରଥ ଟାଣିବାକୁ ନିର୍ଦ୍ଦେଶ ରହିଛି।

Comment