ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପୁଣି ଆରମ୍ଭ ହେବ ଆଣ୍ଟିବଡି ଟେଷ୍ଟ। ଆସନ୍ତା ସପ୍ତାହରେ ଆଣ୍ଟିବଡି କିଟ୍ ଓଡ଼ିଶାରେ ପହଞ୍ଚିବ। ଏନେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି।
ଆସନ୍ତା ସପ୍ତାହରେ ଆଇସିଏମ୍ଆର ଅନୁମୋଦିତ ଆଣ୍ଟିବଡି କିଟ୍ ରାଜ୍ୟରେ ପହଞ୍ଚିବ। ଏବେ ଚାଲିଥିବା ଘରକୁ ଘର କୋଭିଡ ଟେଷ୍ଟରେ ଏହି କିଟ୍ ବ୍ୟବହାର ହେବ। ଆସନ୍ତାକାଲି ଏନେଇ ଏକ ଯୋଜନା ପ୍ରସ୍ତୁତ ହେବ। ଏଯାଏଁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ଅଜୟ ପରିଡ଼ା କହିଛନ୍ତି।
ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ। ତଥାପି ଆମକୁ ଭବିଷ୍ୟତକୁ ଲକ୍ଷ୍ୟ ରଖି ପଦକ୍ଷେପ ନେବାକୁ ପଡ଼ିବ। ବର୍ତ୍ତମାନ ରାଜ୍ୟରେ କ୍ଵାରେଣ୍ଟିନ ସେଣ୍ଟରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କିଭଳି ଏହା ଗୋଷ୍ଠୀ ସଂକ୍ରମଣ ନହେବ ସେଥିପାଇଁ ଦୃଷ୍ଟି ଦେବାକୁ କହିଛନ୍ତିଅଜୟ ପରିଡ଼ା।