ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ମଞ୍ଚେଶ୍ଵର ଅଞ୍ଚଳର ବ୍ଲୁ ହୁଇଲ ହସ୍ପିଟାଲ ସିଲ୍‌। କୋଭିଡ୍‌ ଗାଇଡ୍‌ଲାଇନ ଉଲ୍ଲଘଂନ ଅଭିଯୋଗରେ ହସ୍ପିଟାଲକୁ ସିଲ୍‌ କଲା ବିଏମ୍‌ସି। ଏହାସହ ହସ୍ପିଟାଲକୁ ବିଏମ୍‌ସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

କାଲି ହସ୍ପିଟାଲରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଆଜି ଏହି ପଦକ୍ଷେପ ନେଇଛି ବିଏମ୍‌ସି। ଏନେଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ।

ଭୁବନେଶ୍ଵରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହୋମ୍‌ କ୍ଵାରେଣ୍ଟାଇନ୍‌ ଅପେକ୍ଷା ଲୋକାଲ କେସ୍‌ ଅଧିକ ରହିଛି, ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

Comment