ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ରଥଯାତ୍ରାରେ ସାମିଲ ହୋଇଥିବା ପୋଲିସ କର୍ମଚାରୀଙ୍କ କରୋନା ଟେଷ୍ଟ ହୋଇଛି। କାଲି ସାମିଲ ଥିବା ୧ ହଜାରରୁ ଅଧିକ ପୋଲିସ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଛି। ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଚାଲିଛି ସାମ୍ପଲ ସଂଗ୍ରହ।

କାଲି ୧,୧୪୩ ସେବାୟତଙ୍କ କରୋନା ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଜଣେ ସେବାୟତଙ୍କ ନମୁନା ପଜିଟିଭ୍‌ ଆସିଥିବା ବେଳେ ୧,୧୪୨ ଜଣଙ୍କ ନେଗେଟିଭ୍‌ ଆସିଥିଲା।

ଗତକାଲି କଟକଣା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। କେବଳ ସେବାୟତ ଓ ପୋଲିସ ସେଠାରେ ଉପସ୍ଥିତ ରହିଥିଲେ। ଭକ୍ତମାନଙ୍କୁ ବଡ଼ଦାଣ୍ଡକୁ ଆସିବାକୁ ବାରଣ କରାଯାଇଥିଲା। ତେବେ ସେଠାରେ ଉପସ୍ଥିତି ଥିବା ପୋଲିସଙ୍କ ଏବେ କରୋନା ଟେଷ୍ଟ କରାଯିବ।

Comment