ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦିନ ୧ଟା ପରେ ଦୋକାନ ବଜାର ବନ୍ଦ
  • ୨୪ ଘଣ୍ଟା ଖୋଲା ରହିବ ଔଷଧ ଦୋକାନ
  • ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ଖୋଲା ରହୁଥିଲା ଦୋକାନ

ନୟାଗଡ଼: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲାପାଳ ଡକ୍ଟର ପୋମା ଟୁଡ଼ୁ କେତେକ କଟକଣା ଜାରି କରିଛନ୍ତି। ଜିଲ୍ଲାରେ  ଦୋକାନ ବଜାର ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସେ କଟକଣା ଜାରି କରିଛନ୍ତି।

ନିର୍ଦ୍ଧାରିତ ସମୟ ପରେ କେହି ଦୋକାନ ଖୋଲା ରଖିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିର୍ଦ୍ଦେଶ ରହିଛି। ପୂର୍ବପରି ଔଷଧ ଦୋକାନ ୨୪ ଘଣ୍ଟିଆ ଖୋଲା ରହିବ।

ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଥିଲା। ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି। ଇତିମଧ୍ୟରେ ନୟାଗଡ଼ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୧୩୫ରେ ପହଞ୍ଚିଛି। ଗୋଷ୍ଠୀ ସଂକ୍ରମଣ ଚିନ୍ତାଜନକ ହୋଇଛି।

Comment