ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କୋଣାର୍କ ଅଞ୍ଚଳରୁ ଗୋଟିଏ ଦିନରେ ୪ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ଏନ୍ଏସି କ୍ଵାରେଣ୍ଟାଇନ ସେଣ୍ଟରରୁ ୨ଜଣ, କୋଣାର୍କର ଏକ ଘରୋଇ ଲଜ୍‌ରୁ ଜଣେ ଓ ନିକଟସ୍ଥ ବନାଖଣ୍ତି ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଏହା ଭିତରେ କୋଣାର୍କର ଏକ ଘରୋଇ ଲଜ୍‌ରେ ଦେୟ ଯୁକ୍ତ ସଙ୍ଗରୋଧରେ ରହୁଥିବା ଜଣେ ଯୁବକଙ୍କୁ ନେଇ ଏବେ ଭୟର ବାତାବରଣ ଖେଳି ଯାଇଛି। ସଂପୃକ୍ତ ଯୁବକଙ୍କ ଘର କେନ୍ଦ୍ରାପଡା ଅଞ୍ଚଳରେ। ସେ ମୁମ୍ଵାଇରେ ରୁହନ୍ତି, କିନ୍ତୁ ସେ କୋଣାର୍କ ଆସି ଏକ ଘରୋଇ ଲଜ୍‌ରେ ରହୁଥିଲେ।

ଉକ୍ତ ଯୁବକଙ୍କୁ କୋଣାର୍କ ଘରୋଇ ଲଜ୍‌ରେ ଆଇଓସିଏଲରେ କାର୍ଯ୍ୟରତ ତାଙ୍କର ଜଣେ ସଂପର୍କୀୟ ରଖିଥିଲେ। ଯୁବକ ରହୁଥିବା ସଙ୍ଗରୋଧ କେନ୍ଦ୍ରରେ କୌଣସି ଫଳକ ଲଗାଯାଇନାହିଁ। ଯୁବକ ଯେଉଁ ଦିନ ଲଜ୍‌ ରହିଲେ ସେହି ଦିନ ଶତାଧିକ ଲୋକଙ୍କୁ ନେଇ ଏକ ବିବାହ ହୋଇଥିଲା। ଆଇଓସିଏଲର ଅନେକ କର୍ମଚାରୀ ତାଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି।

Comment