ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେମିତି ବୃଦ୍ଧି ପାଉଛି ତାକୁନେଇ ଭୟ ବଢୁଛି। ଅନ୍ୟ ରାଜ୍ୟରୁ ଫେରିଥିବା ଲୋକ କରୋନା ଆକ୍ରାନ୍ତ ହେଉଥିବା ବେଳେ ଆଗଧାଡ଼ିର ଯୋଦ୍ଧାମାନେ ବି ଆକ୍ରାନ୍ତ ହେଉଛନ୍ତି। ଗଞ୍ଜାମ ଜିଲ୍ଲାରୁ ମୋଟ ୧୭୦ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି କରୋନା ଯୋଦ୍ଧାମାନେ ଏବେ ସୁସ୍ଥ ଥିବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮ରେ ପହଞ୍ଚିଥିବା ବେଳେ ୭୬୮ ଜଣ ସୁସ୍ଥ ହୋଇଛନ୍ତି। ଏହି ଜିଲ୍ଲାରେ ୮ ଜଣଙ୍କର ମୃତ୍ୟୁ କରୋନା ଯୋଗୁଁ ହୋଇଛି। ଏବେ ୩୧୨ଟି ସକ୍ରିୟ କେସ୍‌ ରହିଛି।

ଆଜି ୧୩ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆସ୍କାରୁ ୮ ଜଣ, ବ୍ରହ୍ମପୁରରୁ ୩, କବିସୂର୍ଯ୍ୟନଗରରୁ ଜଣେ, କୋଦଳାରୁ ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment