ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଣ୍ଡିଚା ମନ୍ଦିର ଭିତରେ ପଶିଲେ ନକଲି ସେବାୟତ। ଆଜି ଦୁଇ ଜଣ ସାଧାରଣ ଯୁବକ ସେବାୟତ ରୂପ ନେଇ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଏହାପରେ ତାଙ୍କୁ ଅଟକ ରଖାଯାଇ ପୋଲିସ ଦ୍ୱାରା ପଚରାଉଚୁରା କରାଯାଉଛି।

ଆଜି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ହେଉଥିଲା। ଏହି ସମୟରେ ସେବାୟତମାନେ ଦୁଇ ଜଣ ଯୁବକଙ୍କ ଉପରେ ସନ୍ଦେହ କରିଥିଲେ। ସେମାନେ ମିଛରେ ସେବାୟତ ରୂପ ନେଇ ମନ୍ଦିର ଭିତରେ ପ୍ରବେଶ କରିଛନ୍ତି ବୋଲି ସେବାୟତମାନେ ଆଶଙ୍କା କରିଥିଲେ।

ଏହାପରେ ଶ୍ରୀମନ୍ଦିର ପୋଲିସ ସେହି ଯୁବକମାନଙ୍କୁ ନେଇ ପଚରାଉଚୁରା କରିଥିଲା। ଏହାପରେ ସେମାନେ ଦୁଇଜଣ ନକଲି ସେବାୟତ ବୋଲି ଜଣାପଡ଼ିଛି। ସେମାନଙ୍କର ନାଁ ଯଥାକ୍ରମେ ଅଭିଜିତ୍ ମହାନ୍ତି ଓ ସ୍ମୃତିରଞ୍ଜନ ମହାନ୍ତି ବୋଲି ଜଣାପଡ଼ିଛି।

ଏହି ଦୁଇଜଣ ଯୁବକ କୁମ୍ଭାରପଡ଼ା ଅଞ୍ଚଳର ହୋଇଥିବାରୁ ସେମାନଙ୍କୁ କୁମ୍ଭାରପଡ଼ା ଥାନାକୁ ହସ୍ତାନ୍ତର କରାଯାଇଛି। ପୋଲିସ ସେଠାରେ ତାଙ୍କର ପଚରାଉଚୁରା ଜାରି ରଖିଛି।

Comment