ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝିଙ୍କୁ ନିଲମ୍ଵିତ। ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ତାଙ୍କୁ ନିଲମ୍ଵିତ କରାଯାଇଛି। ଥାନା ଅଧିକାରୀଙ୍କୁ ନିଲମ୍ଵିତ କରାଯାଇଥିବା ପଶ୍ଚିମାଞ୍ଚଳ ଡିଆଇଜି ସୂଚନା।

ଏହାସହ ଘଟଣାର ତଦନ୍ତ ଭାର ଜଣେ ମହିଳା ଡିଏସ୍‌ପିଙ୍କୁ ଦିଆଯାଇଛି। ଥାନା ଅଧିକାରୀଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝି ଦୁଷ୍କର୍ମ କରିଥିବା ସାଂଘାତିକ ଅଭିଯୋଗ ହୋଇଥିଲା। ଗତ ୨୨ ତାରିଖରେ ଏହି ଘଟଣା ଘଟିଥିଲା। ୨୫ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକ ଜଣକ ଅଢ଼େଇମାସର ଗର୍ଭବତୀ ଥିଲେ। ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ବୀରମିତ୍ରପୁର ସ୍ଵାସ୍ଥ୍ୟ କେନ୍ଦ୍ରରେ ତାଙ୍କ ଗର୍ଭପାତ କରାଯାଇଥିଲା।

ବର୍ତ୍ତମାନ ଏହି ଘଟଣାରେ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝି, ଘଟଣାର ସହ-ଅଭିଯୁକ୍ତ ଏସଆଇ ଦୋଳମଣି ନାୟକ, ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ୫ ଜଣଙ୍କ ନାମରେ ରାୟବଗା ଥାନାରେ ମାମଲା ରୁଜୁ ହୋଇଛି।

Comment