ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରଳାଖେମୁଣ୍ଡି ସହରକୁ ୩ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ। ଏହାସହ ଗୋଷାଣୀ ଏବଂ ଗୁମ୍ମା ବ୍ଲକ ସମେତ କାଶୀନଗର ବ୍ଲକର ରାଣୀପେଣ୍ଠ ପଞ୍ଚାୟତ ସଟ୍‌ଡାଉନ୍‌ ରହିବ। ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି।

୨୮ ତାରିଖରୁ ୩୦ ତାରିଖ ଯାଏ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। କେବଳ ଜରୁରୀ ମେଡିକାଲ କାମ ଥିବା ଲୋକଙ୍କୁ ଅନୁମତି ମିଳିବ। କ୍ଷୀର ଦୋକାନ ଖୋଲାରହିବ। ଅନ୍ୟସବୁ ଦୋକାନ ବଜାର ବନ୍ଦ ରହିବ।

ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତକାଲି ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପାରଳାଖେମୁଣ୍ଡି ଷ୍ଟେଟ ବ୍ୟାଙ୍କ ମୁଖ୍ୟ ବ୍ରାଞ୍ଚ ମ୍ୟାନେଜର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ତତ୍ପରତା ଦେଖାଇଛି। ଘର ଘର ବୁଲି କରୋନା ଲକ୍ଷଣ ଯାଞ୍ଚ ପାଇଁ ଜିଲ୍ଲା ପ୍ରଶାସନ ୪୦ଟି ଟିମ୍‌ ଗଠନ କରିଛି।

Comment