ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନା ଦର ହେଲା ଆକାଶଛୁଆଁ। ଭାରତୀୟ ବଜାରରେ ୧୦ ଗ୍ରାମ ସୁନାର ମୂଲ୍ୟ ୫୦ ହଜାର ଟପିଛି। ନୂଆଦିଲ୍ଲୀରେ ୧୦ ଗ୍ରାମ ସୁନାକୁ ୫୦.୪୦୫ ଟଙ୍କା ରହିଛି।

ବିଶ୍ୱ ବଜାରରେ ସୁନା ଚାହିଦା ବୃଦ୍ଧି ପାଉଥିବାରୁ ଲଗାତର ଏଭଳି ସୁନା ଦର ବୃଦ୍ଧି ଘଟୁଥିବା କୁହାଯାଉଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ  ୪୮ ହଜାର ୭୮୦ ଟଙ୍କା ରହିଥିଲା ବେଳେ ରୁପା କିଲୋ  ୪୯ ହଜାର ଟଙ୍କା ଛୁଇଁଛି।

ଅହମ୍ମଦାବାଦରେ ବି ସୁନା ଦର ରେକର୍ଡ କରିଛି। ଏଠାରେ ଦର ୫୦,୪୦୦ ହୋଇଛି। ମୁମ୍ବାଇରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନାର ଦାମ ୪୮,୪୧୦ ରହିଥିବା ବେଳେ ଚେନ୍ନାଇରେ ୫୦,୫୭୦ ଦାମ ରହିଛି।

କରୋନା ଟୀକା ନ ଆସିବା ପର୍ଯ୍ୟନ୍ତ ଓ ସଂକ୍ରମଣ ନିୟନ୍ତ୍ରଣ ନ ହେବା ଯାଏଁ ସୁନା ଉପରେ ସମସ୍ତ ଧ୍ୟାନ ଓ ଚାହିଦା ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Comment